-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
23-Jun-2024
ପୁରୀ, ତା. ୨୩/୦୬ ( ପ୍ରେରଣା ଖବର ) : ପବିତ୍ର ସ୍ନାନଯାତ୍ରା ଉପଲକ୍ଷେ ଶିଶୁ ଓ ମହିଳା ବିକାଶ ସୋସାଇଟି ତରଫରୁ ପୁରୀ ବଡ଼ଦେଉଳ ନିକଟରେ ସାମାଜିକ ସେବା ଶିବିର ଆୟୋଜନ ହୋଇଯାଇଛି । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷ ମେଜର ଡ. କଳ୍ପନା ଦାଶଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଅଛି । ପବିତ୍ର ସ୍ନାନଯାତ୍ରା ଦେଖି ଆସି ଥିବା ଭକ୍ତ, ଶ୍ରଦ୍ଧାଳୁ, ଦର୍ଶକ, ପ୍ରଶାସନିକ ଅଧିକାରୀ ତଥା ସାଧାରଣ ଜନତାର ସେବା କାର୍ଯ୍ୟ ପ୍ରାଥମିକ ଚିକିତ୍ସା ଦେବା ସହ ଦହି ପଣି ବଣ୍ଟନ, ଓଅରଏସ ପଣି ବଣ୍ଟନ, ଜଳଜୀରା ପାଣି, ଥଣ୍ଡା ପଣି ବଣ୍ଟନ କରିବା ସହ ବୃଦ୍ଧ, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଠିକ ଭାବରେ ନେଇ ଦର୍ଶନରେ ସହାୟକ ଭାବରେ ସ୍ୱେଚ୍ଛାସେବୀ ଗଣ କାର୍ଯ୍ୟ ତୁଲାଇ ଛନ୍ତି ।
ଆହୁରି ମଧ୍ୟ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ସଭ୍ୟା ଜନ ଗହଳିରେ ଶାନ୍ତି ଶୃଙ୍ଖଳା କରିବା ସହ ପାଣି ଛିଞ୍ଚନ କାର୍ଯ୍ୟ ଓ ପରେ ବଡ଼ଦାଣ୍ଡରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲେ । ସକାଳୁ ଆରମ୍ଭ ହୋଇ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ନିରନ୍ତର ଭାବରେ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଦସ୍ୟ ଦ୍ଵାର ସେବା କାର୍ଯ୍ୟ ଚାଲିଥିଲା ।
ମହିଳା ବିକାଶ ସୋସାଇଟିର ସଦସ୍ୟ ଡ଼. ବିକାଶ ପ୍ରସାଦ ଉପସ୍ଥିତରେ ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ ସୁଚାରୁ ରୂପରେ ହୋଇଥିଲା ।କାର୍ଯ୍ୟକ୍ରମରେ ୧୫୭ ଜଣ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଦସ୍ୟ ନିୟୋଜିତ ହୋଇଥିଲେ । କାର୍ଯ୍ୟକ୍ରମରେ ଶିଶୁ ଓ ମହିଳା ବିକାଶ ସୋସାଇଟିର ସଭ୍ୟ ରାମ ନାରାୟଣ ଦାଶ, ପ୍ରଭାକର ଛନ୍ଦ, ନିରଞ୍ଜନ ବିଶ୍ୱାଳ, ପ୍ରକାଶ ପରିଡା ତଥା ଅନ୍ୟ ସଦସ୍ୟ ମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶିଶୁ ଓ ମହିଳା ବିକାଶ ସୋସାଇଟିର ଅଧ୍ୟକ୍ଷ ମେଜର ଡ. କଳ୍ପନା ଦାଶ ପୁରୀ ପ୍ରଶାସନକୁ ସେବା ଶିବିର ପାଇଁ ଅନୁମତି ତଥା ସ୍ଥାନ ଯୋଗାଇ ଦେଇଥିବାରୁ ତଥା ଜେଏସପି ଫାଉଣ୍ଡେସନ କୁ ସେବା ଶିବିରରେ ପାଇଁ ଥାଣ୍ଡା ପାଣି ଯୋଗାଇ ଦେବା ସହ ବିଭିନ୍ନ କ୍ଷେତ୍ରରେ ସହଯୋଗ ଯୋଗାଇ ଦେଇଥିବାରୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।