-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
05-Jun-2024
ଭୁବନେଶ୍ୱର ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜରେ ଅଧ୍ୟକ୍ଷା ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶ୍ବ ପରିବେଶ ଦିବସ ପାଳିତ ହେଇଯାଇଛି l ଏହି ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରକୃତି ମିତ୍ର ବନମାଳୀ ପ୍ରଧାନ ପରିବେଶ ସଂରକ୍ଷଣରେ ଗଛର ଉପକାରିତା ଏଵଂ ଉପାଦେୟତା ବିଷୟରେ ଉପସ୍ଥିତ ଥିବା ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଦେବା ସହ ନିଜ ଅଞ୍ଚଳ ଓ ଆଖ ପାଖ ଅଂଚଳର ଲୋକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରବର୍ତ୍ତାଇ ଥିଲେ l ଏତଦ୍ ବ୍ୟତିତ କଲେଜ୍ ହତା ଭିତରେ ବୃ୍ଷରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟାପକ ଡାକ୍ତର କମଳକୃଷ୍ଣ ମହାରଣା ପରିଚାଳନା କରିବା ସହ ଉପସ୍ଥିତ ସମସ୍ତଙ୍କୁ ପରିବେଶ ସଂରକ୍ଷଣ କରିବା ପାଇଁ ଶପଥ ପାଠ କରାଇଥିଲେ l
(ରମେଶ ପଣ୍ଡା ଙ୍କ ରିପୋର୍ଟ )