-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !     (24-Oct-2026)       ||      ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   (24-Oct-2026)       ||      ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   (24-Oct-2026)       ||      ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର    (24-Oct-2026)       ||      ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   (24-Oct-2026)       ||      ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   (24-Oct-2026)       ||      ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ    (24-Oct-2026)       ||      ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   (24-Oct-2026)       ||      ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||     

HOME   ଜିଲ୍ଲା

ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର

24-Oct-2026



ବରଗଡ଼(ତୁଳସୀ ଚରଣ ଦାଶ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ମହାନ ପରମ୍ପରା ଓ ସମୃଦ୍ଧ ଆଧ୍ୟାତ୍ମିକ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ବରଗଡ଼ର ଗୌରୀଶଙ୍କର ମନ୍ଦିର ପରିସରରେ ଆୟୋଜିତ ତିନିଦିନିଆ '୨୪ ଦିବ୍ୟ ବେଶ ସମ୍ଭାର' ପ୍ରଦର୍ଶନୀ ଭକ୍ତିମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଏହି ଅନନ୍ୟ ଆଧ୍ୟାତ୍ମିକ ଆୟୋଜନରେ ମହାପ୍ରଭୁଙ୍କ ବିଭିନ୍ନ ଦିବ୍ୟ ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ଭାବବିହ୍ୱଳ ହୋଇଥିଲେ।

ଶ୍ରୀଜଗନ୍ନାଥଙ୍କ ମହିମାକୁ ଜନମାନସରେ ପହଞ୍ଚାଇବା ସହ ତାଙ୍କର ପ୍ରାଚୀନ ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ବରଗଡ଼ ଆଦିତ୍ୟ ଓ ଆନନ୍ଦ ବାହିନୀ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥା,  ଇଣ୍ଡିଆ ପକ୍ଷରୁ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ପ୍ରଥମ ଦିନରେ ଅଧ୍ୟାପକ ଦେଉଳ ପୁରୋହିତ ମୁଖ୍ୟ ଅତିଥି ଏବଂ ପଣ୍ଡିତ ରମେଶ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବିଶିଷ୍ଟ ପ୍ରବକ୍ତା ଦେବେନ୍ଦ୍ର ଦାଶଙ୍କ ସମେତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ।    
    ଏହି କାର୍ଯ୍ୟକ୍ରମର ସଂଯୋଜକ ସତ୍ୟନାରାୟଣ ପଣ୍ଡା, ସହ ସଂଯୋଜକ ଡ. ନାରାୟଣ ମହାପାତ୍ର ଏବଂ ଆଦିତ୍ୟ ଓ ଆନନ୍ଦ ବାହିନୀ ର କର୍ମକର୍ତ୍ତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଏହି ଆୟୋଜନର ଅନ୍ୟତମ ଆକର୍ଷଣ ଥିଲା ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ତୁଳସୀ ଓ ଆଜ୍ଞାମାଳ। ବରଗଡ଼ବାସୀ ଭକ୍ତି ଓ ଶ୍ରଦ୍ଧାର ସହ ଏହାକୁ ସ୍ୱାଗତ କରି ମୁଖ୍ୟ ମଣ୍ଡପରେ ସ୍ଥାପନ କରିଥିଲେ। ଏହି ପବିତ୍ର ମୁହୂର୍ତ୍ତ ସମଗ୍ର ପରିବେଶକୁ ଭକ୍ତିରସରେ ଭରିଦେଇଥିଲା।
ପ୍ରଦର୍ଶନୀରେ ମୋଟ ୨୪ଟି ଦିବ୍ୟ ରୂପ ସ୍ଥାନ ପାଇଥିଲା। ଏଥିରେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ୧୨ଟି ବେଶ, ଜନଜାତି ଶବର ପରମ୍ପରା ସହ ଜଡ଼ିତ ବୃକ୍ଷ ଉପାସନାର ଶ୍ରୀ ନୀଳ ମାଧବଙ୍କ ୧୨ଟି ରୂପ,  ଆଦ୍ୟ ରୂପ ଏବଂ ଅନ୍ୟ ୧୦ଟି ଅଲୌକିକ ଦିବ୍ୟ ବେଶ ପ୍ରଦର୍ଶିତ ହୋଇଥିଲା। ଏହି ଦିବ୍ୟ ରୂପଗୁଡ଼ିକ ମହାପ୍ରଭୁଙ୍କ ମହିମା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ବିବିଧତାକୁ ପ୍ରତିଫଳିତ କରିଥିଲା।
ପ୍ରଦର୍ଶନୀ ସମୟରେ ପାରମ୍ପରିକ ଭଜନ, ସଂକୀର୍ତ୍ତନ ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥିଲା। ଦ୍ୱିତୀୟ ଦିନରେ ଶୁଭେନ୍ଦୁ ସ୍ୱାଇଁ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ପ୍ରବଚନ ଦେଇଥିଲେ। ଏହାସହ ବିଭିନ୍ନ ଦିନରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଉଦଯାପନୀ ଦିବସରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ବିକାଶ ଗ୍ରୁପ୍‌ର ଅଧ୍ୟକ୍ଷ ଡି. ମୁରଲୀ କ୍ରିଷ୍ଣା, ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ବିଶିଷ୍ଟ ଡାକ୍ତର ସୁବଳ କର ଏବଂ ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।
ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ସଦସ୍ୟମାନଙ୍କ ନିଷ୍ଠାପର ସହଯୋଗରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ବେଶ ଦର୍ଶନ ମାଧ୍ୟମରେ ଭକ୍ତମାନେ ଓଡ଼ିଆ ଜାତିର ଆରାଧ୍ୟ ଦେବତାଙ୍କ ମହିମା, ପରମ୍ପରା ଓ ଆଧ୍ୟାତ୍ମିକ ଐତିହ୍ୟ ସହ ଯୋଡ଼ି ହେବାର ସୁଯୋଗ ପାଇଥିଲେ।
         ---------×××----------


News Comment




Photo in News

Advertisment
Lastest News
  ଜିଲ୍ଲା  
ଟାସ୍କଫୋର୍ସ ଅଧ୍ୟକ୍ଷ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅନ୍ୟରାଜ୍ୟର ଦାଦନମାଫିଆ ସେଠ୍ ମାନଙ୍କର ଅବାଧ ବିଚରଣ♦️କୋଟିପତି ସର୍ଦ୍ଦାରଙ୍କ ଅନ୍ୟାୟୋପାର୍ଜିତ ସମ୍ପତ୍ତିର ଇଡି ତଦନ୍ତ ହେଉ  !    24-Oct-2026
  ଜିଲ୍ଲା  
ଚିନାଜୁରୀ ଠାରେ ନୂତନ ପେକ୍ସ ଗଠନ ପାଇଁ ପ୍ରସ୍ତୁତି ବୈଠକ   24-Oct-2026
  ରାଜ୍ୟ  
ବିଶ୍ୱ ପୋଲିଓ ଦିବସ ଅବସରରେ ରୋଟାରୀ ଜିଲ୍ଲା ୩୨୬୨ ପକ୍ଷରୁ ବିଶାଳ ମାରାଥନ୍ ଆୟୋଜିତ   24-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବା ଓ ଆୟୁଷ୍ମାନ ବାୟୋ ବନ୍ଦନା କାର୍ଡ ରେଜିଷ୍ଟ୍ରେସନ ଶିବିର   24-Oct-2026
  ଜିଲ୍ଲା  
ବରଗଡ଼ରେ ୨୪ଟି ଦିବ୍ୟ ରୂପରେ ମହାପ୍ରଭୁଙ୍କ ଦର୍ଶନ, ଉଦଯାପିତ ହେଲା ୨୪ ଦିବ୍ୟ ବେଶ ସମ୍ଭାର   24-Oct-2026
  ଜିଲ୍ଲା  
ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଜାତୀୟ ଲନ୍‌ବଲ୍‌ ଦ୍ବିତୀୟ ଦିନ   24-Oct-2026
  ଜିଲ୍ଲା  
ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ର ଙ୍କ ପରଲୋକ   24-Oct-2026
  ଜିଲ୍ଲା  
ନିଖୋଜ ପ୍ରେମୀ ଯୁଗଳ ଙ୍କ ଝୁଲନ୍ତା ମୃତ ଦେହ ବେହେରା ସ୍ଥିତ ଭଣ୍ଡାର ଡ଼ଙ୍ଗରି ରୁ ଉଦ୍ଧାର   24-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026

You Might Also Like