-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଲୋକସଭାରେ ଭାଜପାର ବାଜିମାତ... ବଲାଙ୍ଗୀର ଓ ସୋନପୁରେ ବିଜେଡି,ବାକି ୫ଟିରେ ବିଜେପି ଜିତିଲା, ମୁଖ୍ୟମନ୍ତ୍ରୀ ନବୀନ ବି ହାରିଲେ

04-Jun-2024



ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ଲୋକସଭା ସମେତ ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ବିଜେପିର ସୁନାମୀ ଦେଖାଦେଇଛି । ବଲାଙ୍ଗୀର ଲୋକସଭା କ୍ଷେତ୍ରରେ ଭାଜପାର ସଂଗୀତା କୁମାରୀ ସିଂଦେଓ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଛନ୍ତି । ସଂଗୀତା ବିଜେଡିଦଳର ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ୧ଲକ୍ଷ ୨୫ହଜାର ଭୋଟରେ ହରାଇଛନ୍ତି । ଚଳିତ ୨୦୨୪ ନିର୍ବାଚନରେ ଓଡିଶାରେ ମୋଦୀ ହାୱା ରହିଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱକର୍ମା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛତିଶଗଡର ମନ୍ତ୍ରୀଗଣ ଆସି ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା କଣ୍ଟାବାଞ୍ଜିରେ ବିଜେଡିଦଳରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଜପାର ଲକ୍ଷ୍ମଣ ବାଘଙ୍କ ଠାରୁ ୧୫ହଜାରରୁ ଉର୍ଦ୍ଧ୍ୱ ଭୋଟରେ ହାରିଯାଇଛନ୍ତି। ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ପ୍ରାର୍ଥି ହେଲାପରେ ବିଜେଡି ଶିବିର ଚଳଚଞ୍ଚଳ ହୋଇପଡିଥିଲା ଓ ବିଜେଡି ପ୍ରାର୍ଥୀ ମାନେ ବହୁ ଭୋଟରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଫଳ ଓଲଟା ହେଲା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିର ଜଣେ ସାଧାରଣ ଯାବଦ ପରିବାରର ବ୍ୟକ୍ତି ଠାରୁ ହାରିଯାଇଛନ୍ତି। ନବୀନ ପଟ୍ଟନାୟକଙ୍କୁ ଅପ୍ରତିଦ୍ୱନ୍ଦି ନେତା ଭାବରେ ଲୋକେ ଜାଣୁଥିଲେ। କିନ୍ତୁ ଜଣେ ସାଧାରଣ ବ୍ୟକ୍ତି ଅସାଧାରଣ କାମ କରି ନବୀନଙ୍କୁ ହରାଇ ଦେଲା l ଏହା ମଧ୍ୟ ଓଡିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଠିକ ସେହିପରି ଟିଟିଲାଗଡରେ କ୍ୟାବିନେଟ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଭାଜପାର ନବୀନ ଜୈନ ୧୭,୭୦୦ ଭୋଟରେ ପରାସ୍ତ କରିଛନ୍ତି । ଗତ ଦୁଇଥର ହେଲା  ଟୁକୁନି ସାହୁ ଜିଣିଥିଲେ। କିନ୍ତୁ ଚଳିତଥର ଟୁକୁନୀଙ୍କ ଭଳି ଜଣେ ହେଭିୱେଟ ନେତ୍ରୀଙ୍କୁ ଜଣେ ବ୍ୟବସାୟୀ ନବୀନ ଜୈନ ହରାଇ ଦେଲେ। ବଲାଙ୍ଗୀର ସଦର ଆସନରେ ବିଜେଡିର କଳିକେଶ ନାରାୟଣ ସିଂଦେଓ ତାଙ୍କ ପ୍ରତିଦ୍ୱନ୍ଦି କଂଗ୍ରେସର ସମରେନ୍ଦ୍ର ମିଶ୍ରଙ୍କୁ ୧୩,୪୧୦ ଭୋଟରେ ହରାଇଛନ୍ତି । ଗତ ୨୦୧୪ ଓ ୨୦୧୯ରେ ବଲାଙ୍ଗୀର ସଦର ଆସନରେ କଂଗ୍ରେସର ନରସିଂହ ମିଶ୍ର ଜିଣିଥିଲେ । କିନ୍ତୁ ଏଥର ନରସିଂହ ମିଶ୍ରଙ୍କ ବଦଳରେ ତାଙ୍କ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ଲୋଇସିଂହା ନିର୍ବାଚନ ମଣ୍ଡଳିରେ ଭାଜପା ବିଧାୟକ ଡ.ମୁକେଶ ମହାଲିଙ୍ଗ ପୁଣିଥରେ ରିପିଟ କରିଛନ୍ତି । ମୁକେଶ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ନୀହାର ବେହେରାଙ୍କୁ ୧୯,୬୬୮ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସେହିପରି ପାଟଣାଗଡରେ ଭାଜପାର ପୂର୍ବତନ ରାଜ୍ୟସଭାପତି ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେଡିର ସରୋଜ ମେହେରଙ୍କ ଠାରୁ ମାତ୍ର ୧ହଜାର  ଭୋଟରେ ବିଜୟୀ ହୋଇଛନ୍ତି । କନକବର୍ଦ୍ଧନ ୧୯୯୫ ମସିହାରି ୨୦୧୪ ପର୍ଯ୍ୟନ୍ତ ନିର୍ବାଚିତ ହୋଇ ବିଧାୟକ ହୋଇଆସୁଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ସରୋଜ ମେହେରଙ୍କ ଠାରୁ ୧୩ ହଜାର ଭୋଟରେ ହାରିଯାଇଥିଲେ । କିନ୍ତୁ ଏଥର ମୋଦୀ ହାୱାରେ କନକବର୍ଦ୍ଧନ ଜିଣିଯାଇଛନ୍ତି । ସୋନପୁର ନିର୍ବାଚନମଣ୍ଡଳିରେ ବିଜେଡି ମନ୍ତ୍ରୀ ନିରଂଜନ ପୂଜାହାରୀ ତାଙ୍କ ସ୍ଥିତି ବଜାୟ ରଖିଛନ୍ତି । ନିରଂଜନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଭାଜପାର ପ୍ରମୋଦ ମହାପାତ୍ରଙ୍କ ଠାରୁ ୧୫,୦୯୨ ଭୋଟରେ ବିଜୟୀ ହୋଇଛନ୍ତି । ବୀରମହାରାଜପୁର ନିର୍ବାଚନମଣ୍ଡଳିରେ ମଧ୍ୟ ବିଜେପି ବାଜିମାତ କରିଛି । ସେଠାରେ ବିଜେଡିର ପ୍ରାର୍ଥିଥିବା ପୂର୍ବତନମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ବିଜେପି ପ୍ରାର୍ଥୀ ଇଂ.ରଘୁନାଥ ଜଗଦଲା ପରାସ୍ତ କରିଛନ୍ତି । ରଘୁନାଥ ୨୧,୯୪୬ଟି  ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like