-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପୋଢଟିକିରା ଠାରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୪ତମ ବିଜୁଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସୋନପୁର ରକ୍ତ ଭଣ୍ଡାରରୁ ଦାକ୍ତର ମାନେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିନିକା ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ, ଜିଲ୍ଲା ସଂପାଦକ ସ୍ୱୟମ୍ଭୂନାଥ ଖଣ୍ଡଗିରି, ସନ୍ତୋଷ ଭୁକ୍ତା, ରାଜ୍ୟ ସଂପାଦକ ଉତର କୁମାର ପାତ୍ର, ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଶୋକ ପଣ୍ଡା, ଦ୍ୱାରିକା ନାଥ ସାହୁ, ଆଇନଜୀବୀ ଶ୍ରୀନିବାସ ଚାନ୍ଦ, ଜିଲ୍ଲା ମହିଲା ସଭାପତି ପଦ୍ମିନୀ ବଘାର, ବିହାରୀଲାଲ ମିଶ୍ର, ଉଳୁଣ୍ଡା ବ୍ଲକ ସଭାପତି ଝସକେତନ ବଘାର, ବୀରମହାରାଜପୁର ବ୍ଲକ ଯୁବ ସଭାପତି ନାରାୟଣ ଲୁହା ପ୍ରମୁଖ ଯୋଗ ଦେଇଥିଲେ ।