-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
କଳାହାଣ୍ଡି:କୋକସରା,(ତ୍ରିନାଥ ବେଶ୍ରା )- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମୂଷା ପାଲି ମଣ୍ଡଳୀରେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନକୁ ବଡ଼ ଆନନ୍ଦର ସହିତ କୋଭିଡ ନିୟମ କୁ ମାନି ସୁନ୍ଦର ଭାବରେ ପାଳନ କରାଯାଇଛି l ଏଠାରେ ହୋଲିଭିଯନ୍ ସଂସ୍ଥାର ଓଡ଼ିଶା ଦାୟିତ୍ଵ ଥିବା ଲିଡର ସୁଶାନ୍ତ ଟାକ୍ରିଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଭୁଙ୍କ ଜନ୍ମ ଦିନ ପାଳନ କରାଯାଇ ଥିଲା lଏହି କାର୍ଯ୍ୟକ୍ରମରେ ମୂଷା ପାଲି ମଣ୍ଡଳୀ ଦାୟିତ୍ଵ ଥିବା ପାଳକ ତ୍ରିନାଥ ବେଶ୍ରା ପରିଚାଳନା କରି ଥିଲେ l
ଏବଂ ମୁଖ୍ୟ ଅତିଥି ଭାବରେ ପ୍ରଭୂ ଙ୍କ ଦାସ ଲାଯାର ଭାଇ ,ପାଳକ ବିନୋଦ ଦିଗାଲ ଉପସ୍ଥିତ ରହି ପ୍ରଭୂ ଯୀଶୁ କିପରି ଭାବରେ ଏ ଜଗତକୁ ଆସିଲେ ସେହି ବିଷୟରେ ବିଶ୍ବାସୀ, ମାନଙ୍କୁ ପ୍ରଭୁ ଙ୍କ ଆଗମନ ଓ ତାଙ୍କର ଔଲୋକିକ ଶକ୍ତି ବିଷୟରେ ବୁଝାଇ ଥିଲେ l
ଡିସେମ୍ବର ମାସ ତା -୨୪/୧୨/୨୦୨୦ ରିଖ ରାତ୍ରି ୧୨ ଘଣ୍ଟା ସମୟରେ କେକ୍ କାଟି ପ୍ରଭୁ ଙ୍କ ଜନ୍ମ ଦିନ ପାଳନ କରାଯାଇ ଥିଲା l ପ୍ରଭୁ ଯୀଶୁଙ୍କୁ ଆରାଧନା କରି ପ୍ରାର୍ଥନା କରାଯାଇଥିଲା ଓ ବିଶ୍ଵରେ କିଭଲି କୋରନା ମହାମାରି ବିନାଶ ହେବ ଏବଂ ବିଶ୍ଵର କିପରି ମଙ୍ଗଳ ହେବ, ସେହି ବିଷୟ ନେଇ ପ୍ରାର୍ଥନା କରାଯାଇଥିଲା l