ମାରୱାଡି ଯୁବାମଞ୍ଚ ପକ୍ଷ ପକ୍ଷରୁ ଅମୃତଧାରା ଉଦ୍ଘାଟିତ
08-May-2024
ହୁଙ୍ଗୁରିପାଲି(ତୁଳସୀ ପ୍ରସାଦ ଦାଶ)-ଡୁଙ୍ଗୁରିପାଲି ମାରୱାଡି ଯୁବାମଞ୍ଚ ଏହି ଅଂଚଳର ଏକ ସମାଜ ସେବା କ୍ଷେତ୍ରରେ ନାଁ ରହିଛି। ବିଭିନ୍ନ ସମୟରେ ସେମାନେ ସମାଜ ପାଇଁ ରକ୍ତ ଦାନ ଶିବିର,ଦହି ପାଣି ବଣ୍ଟନ, କୃତୀମ ଅଙ୍ଗଦାନ କାର୍ଯ୍ୟକ୍ରମ, ଫିଟ୍ ଇଣ୍ଡିଆ ସଚେତନ କାର୍ଯ୍ୟକ୍ରମ ସହିତ କରୋନା ସମୟରେ ଅକ୍ସିଜେନ ସିଲିଣ୍ଡର ଭଳି ଅନେକ ସମାଜ ସଂସ୍କାର ସହିତ ବିଭିନ୍ନ ସମାଜ କାଯ୍ୟରେ ଯୋଗ ଦାନ ଭଳି କାଯ୍ୟକରି ଅଂଚଳରେ ନାଁ ରଖ୍ ଆସିଛନ୍ତି । ଡୁଙ୍ଗୁରିପାଲି ଡାକ୍ତରଖାନାରେ ପୂର୍ବରୁ ଏକ ଅମୃତ ଧାରା ସ୍ଥାପନ କରିଥିବା ବେଳେ ଆଜି ଡୁଙ୍ଗୁରିପାଲି ନିୟନ୍ତ୍ରୀତ ବଜାର ପରିସରରେ ଏକ ଅମୃତ ଧାରା ଲୋକାର୍ପିତ କରିଛନ୍ତି । ଡୁଙ୍ଗୁରିପାଲି ବଜାରକୁ ଏବଂ ଆରଏମସି କାମରେ ଆସୁଥୁବା ଲୋକଙ୍କ ସୁବିଧା ପାଇଁ ଉକ୍ତ ଅମୃତଧାରା ଅମୃତ ଭଳି ଲୋକଙ୍କ ସେବା ପାଇଁ ଆଜି ଏକ ବର୍ଣ୍ଣାଢ ଉଦ୍ଘାଟନୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆଜି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୁବାମୁଞ୍ଚର ସଭାପତି ଯୋଗଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବାମଞ୍ଚ ସଭାପତି ପରାଗ ଅଗ୍ରୱାଲ, ସମ୍ମାନିତ ଅତିଥୁ ଭାବେ ଆରଏମସି ସଂପାଦକ ଉଦିତ କୁମାର ବାବୁ, ମାରୱାଡି ସମାଜର ସଭାପତି ବଜରଙ୍ଗ ଅଗ୍ରୱାଲ, ଜିଲ୍ଲା ସଭାପତି ରାକେଶ ଅଗ୍ରୱାଲ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ନାଏକ,କୋଷାଧ୍ଯକ୍ଷ ପିୟୁ ଅଗ୍ରୱାଲ ଉପସ୍ଥିତ ଥିଲେ । ଉଦ୍ଘାଟନ ପରେ ଏକ ସଭାକୁ ସଙ୍କେତ ମିତ୍ତଲ ପରିଚାଳନା କରିଥିଲେ । ଏଥିରେ ଅତିଥୁମାନେ ଯୁବାମଞ୍ଚର ବିଭିନ୍ନ ସମାଜ ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମାଜସେବୀ ଗୋପାଳ ବାରିକ ଆରଏମସିର ସଭାଗୃହକୁ ଶୀତତାପ ନିୟନ୍ତ୍ରିତ ସହିତ ଆହୁରି ବ୍ୟାପକ ବ୍ୟପସ୍ମା ଉପରେ ସଂପାଦକଙ୍କୁ କହିଥିବା ବେଳେ ମାରୱାଡି ଯୁବା ମଞ୍ଚ କେବଳ ଉକ୍ତ ସମାଜର ନୁହେଁ । ଏହା ସମଗ୍ର ଡୁଙ୍ଗୁରିପାଲି ର ସେବା ମଞ୍ଚ ବୋଲି କହିଥିଲେ । ବିପ୍ରଚରଣ ସାହୁ ଯୁବା ମଞ୍ଚ ବିଭିନ୍ନ କାଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସଭାପତି ବଜରଙ୍ଗ ଅଗ୍ରୱାଲ ବୃକ୍ଷ ବିନାଶ ଯୋଗୁଁ ତାପମାତ୍ରା ବଢିବାରେ ଲାଗିଛି । ପ୍ରଦୁଷଣ ମଧ୍ୟ ସେହି ଅନୁପାତରେ ବଢି ଚାଲିଛି । ଏହା ଉପରେ ଲୋକଙ୍କୁ ସଚେତନ କରି ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । କାଯ୍ୟକ୍ରମରେ ଉପସଭାପତି ମହେଶ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଅଜିତ, ସୋମନାଥ, ଅଗ୍ଧ, ଶ୍ରୀୟାଂଶ, କୁମାର, ରିକି, କାହ୍ନା, ପ୍ରଦୀପ, ପିୟୁସ, ମୁକେଶ, ନିଳ ଅଗ୍ରୱାଲଙ୍କ ସମେତ ଦାଦୀ ପରିବାର ଲୋକେ ଉପସ୍ଥିତ ଥିଲେ । ବିଶିଷ୍ଟ ବ୍ୟକ୍ତି ସୀତାରାମ ମେହେର, ଅଶୋକ ଅଗ୍ରୱାଲ, ସୁନୀଲ ମିତ୍ତଲ, ଅନୀଳ ମିତ୍ତଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।