-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
06-May-2024
ବାଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନୀ ପ୍ରଚାରକୁ ସମସ୍ତ ରାଜନୈତିକ ଦଳ ଯୋର ଧରାଇଛନ୍ତି । ବିଜେପି ଦଳର ସାଂସଦ ଓ ୭ଟି ନିର୍ବାଚନମଣ୍ଡଳିର ବିଧାୟକ ପ୍ରାର୍ଥିଙ୍କୁ ଭୋଟଦେଇ ଜିଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମେ ୧୧ ତାରିଖରେ ଆସି ସଂକଲ୍ପ ସମାବେଶରେ ଯୋଗଦେବେ । ଠିକ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମେ ୧୨ ତାରିଖରେ ଆସି ବଲାଙ୍ଗୀର ଜିଲ୍ଲାର ୩ଟି ଜନସଭାରେ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷଥର ପାଇଁ ଗତ ୨୦୧୯ ମସିହାରେ ଆସି ବଲାଙ୍ଗୀର ଖୋର୍ଦ୍ଧା ରେଳପଥରେ ରେଳଚଳାଚଳର ଶୁଭାରମ୍ଭ କରିଥିଲେ । ପୁଣି ଏବେ ମେ ୧୧ ତାରିଖରେ ଆସି ପଥରଚେପା ପଡିଆଠାରେ ହେବାକୁ ଥିବା ସଂକଲ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଠିକ ପରଦିନ ଆର୍ଥାତ ମେ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିଜ ନିର୍ବାଚନମଣ୍ଡଳି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳିର ସିନ୍ଧେକେଲା ଓ ମୁରିବାହାଲ ବ୍ଲକର ଗନ୍ଧରେଲରେ ପ୍ରଥମେ ଯୋଗଦେବେ । ସେଠାରୁ ବଲାଙ୍ଗୀର ନିର୍ବାଚନମଣ୍ଡଳିକୁ ଆସି ବିଧାୟକ ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ ଓ ସାଂସଦ ପ୍ରାର୍ଥି ସୁରେନ୍ଦ୍ର ସିଂଭୋଇଙ୍କ ପାଇଁ ଭୋଟପ୍ରଚାର କରିବେ ବୋଲି ସୂଚନା ମିଳିଛି । ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ବିଜେପି ଶିବିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ବିଜେଡି ଶିବିର ଖୁବ ଉତ୍ସାହିତ ଅଛନ୍ତି ।