-+91-9937148622 |

prerana_bgr@rediffmail.com |

  Tuesday 10th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   (09-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ    (09-Nov-2026)       ||      ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ    (09-Nov-2026)       ||      ବଲାଙ୍ଗୀର : ୪୨ ଦିନ ପରେ ମଧ୍ୟ କୁକୁଡ଼ା ଉଠାଣ ଓ Thinning ହେଉନଥିବା ଅଭିଯୋଗ;ଦୈନିକ ୪୦ରୁ ୧୦୦ ପର୍ଯ୍ୟନ୍ତ ମୃତ୍ୟୁ ହେଉଥିବା ଦାବି   (09-Nov-2026)       ||      ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   (09-Nov-2026)       ||      ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   (09-Nov-2026)       ||      *ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   (09-Nov-2026)       ||      ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   (09-Nov-2026)       ||      ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ   (09-Nov-2026)       ||      କଳସ ଓ ମଶାଳଶୋଭାଯାତ୍ରାରୁ ଦ୍ୱାଦଶ ଭୀମପାହାଡ ମହୋତ୍ସବ ଆରମ୍ଭ   (09-Nov-2026)       ||      ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସଞ୍ଜୟ କୁମାର ମେହେର ମନୋନୀତ   (09-Nov-2026)       ||      ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର   (09-Nov-2026)       ||      *ଡାବୁଗାଁ ବ୍ଲକରେ ପୁଣି ଅପପୃଷ୍ଟିର ଶିକାର ହେଲେ ଚେରଚେଟିଆ ଗୁଡାର ୫ ବର୍ଷର ଅନାଥ ଝିଅ ପ୍ରତିମା ଭତ୍ରା*   (09-Nov-2026)       ||      ଦୀପାବଳୀରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ର ଭିତ୍ତିପ୍ରସ୍ତର ସ୍ଥାପନ ପୂଜାର୍ଚ୍ଚନା ତଥା ବୃକ୍ଷ ରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   (08-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (08-Nov-2026)       ||      ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜନ୍ମ ଜୟନ୍ତୀ ସମାରୋହ   (08-Nov-2026)       ||      ବଡ଼ମାଳ ହାଇସ୍କୁଲରେ ଶିଶୁ ମେଳା-୨୦୨୬ ଅନୁଷ୍ଠିତ   (08-Nov-2026)       ||      ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍‌ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍‌ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (08-Nov-2026)       ||      ଜିଲ୍ଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ    (08-Nov-2026)       ||      ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    (08-Nov-2026)       ||     

HOME   ଜିଲ୍ଲା

ବଲାଙ୍ଗୀର : ୪୨ ଦିନ ପରେ ମଧ୍ୟ କୁକୁଡ଼ା ଉଠାଣ ଓ Thinning ହେଉନଥିବା ଅଭିଯୋଗ;ଦୈନିକ ୪୦ରୁ ୧୦୦ ପର୍ଯ୍ୟନ୍ତ ମୃତ୍ୟୁ ହେଉଥିବା ଦାବି

09-Nov-2026



ବଲାଙ୍ଗୀର(ପ୍ରେରଣା ଖବର):ଗତ ଛଅ ମାସ ଧରି IB ଗ୍ରୁପ୍‌ରେ Integrated ପଦ୍ଧତିରେ ବ୍ରଏଲର କୁକୁଡ଼ା ଚାଷ କରୁଥିବା ଚାଷୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠାଇଛନ୍ତି। ନିମ୍ନମାନର କୁକୁଡ଼ା ଛୁଆ (Chicks) ଯୋଗାଣ ଯୋଗୁଁ ମୃତ୍ୟୁହାର ବୃଦ୍ଧି ପାଉଥିବା ବେଳେ,କମ୍ପାନୀର ନୂତନ Growing Charge ନିୟମ ଅନୁଯାୟୀ ୪୨ ଦିନ ପରେ ମଧ୍ୟ କୁକୁଡ଼ା ଉଠାଣ କିମ୍ବା Thinning କରାଯାଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀଙ୍କ କହିବା ଅନୁଯାୟୀ,ନିର୍ଦ୍ଧାରିତ ସମୟରେ କୁକୁଡ଼ା ଉଠାଣ ନହେବା ଫଳରେ ଫାର୍ମରେ କୁକୁଡ଼ାଙ୍କ ଘନତା ଓ ଚାପ ବୃଦ୍ଧି ପାଉଛି।ଏହାସହିତ ମୃତ୍ୟୁହାର ବଢ଼ିବା ଯୋଗୁଁ ଚାଷୀଙ୍କ ଆର୍ଥିକ କ୍ଷତି ଦିନକୁ ଦିନ ଗୁରୁତର ହେଉଛି।ଜିଲ୍ଲାର ଅନେକ ଚାଷୀଙ୍କ ଫାର୍ମରେ ଦୈନିକ ପ୍ରାୟ ୪୦ରୁ ୧୦୦ଟି ପର୍ଯ୍ୟନ୍ତ କୁକୁଡ଼ା ମୃତ୍ୟୁ ହେଉଥିବା ଚାଷୀମାନେ ଦାବି କରିଛନ୍ତି।
ଏହି ସମସ୍ୟାର ସମାଧାନ ନିମନ୍ତେ ଗତ ନଭେମ୍ବର ୪ ଓ ୫ ତାରିଖରେ ବଲାଙ୍ଗୀର Broiler Poultry Farmers Associationର ସଭାପତି,ଉପସଭାପତି ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କ ଏକ ପ୍ରତିନିଧିମଣ୍ଡଳୀ IB ଗ୍ରୁପ୍‌ର ରିଜି ଓନାଲ ଅଫିସ ର ମୁଖ୍ୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଅଧିକାରୀଙ୍କ ପକ୍ଷରୁ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୁକୁଡ଼ା ଉଠାଣ ଓ Thinning ସମସ୍ୟାରେ ଆଶାନୁରୂପ ସୁଧାର ଆସିନଥିବା ଚାଷୀମାନେ କହିଛନ୍ତି।
ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ନିରାଶା ପ୍ରକାଶ ପାଇଛି।କମ୍ପାନୀର ଏକପାଖିଆ ନୀତି ଓ କାର୍ଯ୍ୟଧାରା ଯୋଗୁଁ ଚାଷୀମାନେ ଆର୍ଥିକ ଭାବେ ଦୁର୍ବଳ ହେଉଥିବା ଅଭିଯୋଗ କରିଛନ୍ତି।ଚାଷୀଙ୍କ ମତରେ,କୁକୁଡ଼ା ପାଳନର ସମସ୍ତ ଦାୟିତ୍ୱ ଓ ଝୁମ୍ପ ଚାଷୀଙ୍କ ଉପରେ ରହୁଥିବା ବେଳେ ଉଠାଣ ଓ ବଜାରଜାତକରଣ ସମ୍ପର୍କିତ ନିଷ୍ପତ୍ତିରେ ଚାଷୀଙ୍କ ମତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉନାହିଁ।
ଚାଷୀମାନେ ଦାବି କରିଛନ୍ତି ଯେ,୪୨ ଦିନ ପରେ କୁକୁଡ଼ା ଉଠାଣ ପାଇଁ ଏକ ସ୍ପଷ୍ଟ ସମୟସୀମା ଧାର୍ଯ୍ୟ କରାଯାଉ,ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ସମୟରେ Thinning କରାଯାଉ,ଗୁଣାତ୍ମକ Chicks ଯୋଗାଣ ସୁନିଶ୍ଚିତ ହେଉ ଏବଂ ମୃତ୍ୟୁହାର ଓ ଅନ୍ୟାନ୍ୟ କ୍ଷତିର ଦାୟିତ୍ୱ ନିରପେକ୍ଷ ଭାବେ ଯାଞ୍ଚ କରାଯାଉ।
ଯଦି ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାନଯାଏ,ତେବେ କମ୍ପାନୀର ଏକପାଖିଆ ନୀତି ବିରୋଧରେ ଶାନ୍ତିପୂର୍ଣ୍ଣ ଓ ଆଇନ ସମ୍ମତ ଭାବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବଲାଙ୍ଗୀର ଜିଲ୍ଲାର କ୍ଷତିଗ୍ରସ୍ତ ବ୍ରଏଲର ଚାଷୀମାନେ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।
ଚାଷୀଙ୍କ ସ୍ପଷ୍ଟ ମତ,ଚାଷୀଙ୍କ ପରିଶ୍ରମ ଓ ନିବେଶର ସମ୍ମାନ ହେବା ଦରକାର।କମ୍ପାନୀର ବ୍ୟବସାୟିକ ନୀତି ଯେପରି ଗୁରୁତ୍ୱପୂର୍ଣ୍ଣ, ଚାଷୀଙ୍କ ଜୀବିକା ଓ ଆର୍ଥିକ ସୁରକ୍ଷା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।


 


News Comment




Photo in News

Advertisment
Lastest News
  ଜିଲ୍ଲା  
ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   09-Nov-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ   09-Nov-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ   09-Nov-2026
  ଜିଲ୍ଲା  
ବଲାଙ୍ଗୀର : ୪୨ ଦିନ ପରେ ମଧ୍ୟ କୁକୁଡ଼ା ଉଠାଣ ଓ Thinning ହେଉନଥିବା ଅଭିଯୋଗ;ଦୈନିକ ୪୦ରୁ ୧୦୦ ପର୍ଯ୍ୟନ୍ତ ମୃତ୍ୟୁ ହେଉଥିବା ଦାବି   09-Nov-2026
  ଜିଲ୍ଲା  
ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   09-Nov-2026
  ଜିଲ୍ଲା  
ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   09-Nov-2026
  ଜିଲ୍ଲା  
*ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   09-Nov-2026
  ଜିଲ୍ଲା  
ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   09-Nov-2026
  ଜିଲ୍ଲା  
ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ   09-Nov-2026
  ଜିଲ୍ଲା  
କଳସ ଓ ମଶାଳଶୋଭାଯାତ୍ରାରୁ ଦ୍ୱାଦଶ ଭୀମପାହାଡ ମହୋତ୍ସବ ଆରମ୍ଭ   09-Nov-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସଞ୍ଜୟ କୁମାର ମେହେର ମନୋନୀତ   09-Nov-2026
  ଜିଲ୍ଲା  
ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର   09-Nov-2026

You Might Also Like