-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||     

HOME   ରାଜନୀତି

ବିଜେଡିଦଳର ସଂକଲ୍ପପତ୍ର ଉନ୍ମୋଚିତ.. ଅପରାଧମୁକ୍ତ ଓ ସବୁଜସୁନ୍ଦର ବଲାଙ୍ଗୀର ଗଠନ ପାଇଁ କଳିକେଶଙ୍କ ଆହ୍ୱାନ

05-May-2024



ବଲାଙ୍ଗିର: ଆସନ୍ତା ମେ ୨୦ତାରିଖରେ ବଲାଙ୍ଗୀରରେ ନିର୍ବାଚନ ହେବାକୁଯାଉଛି । ସେହି ପରିପ୍ରେକ୍ଷିରେ ରାଜନୈତିକଦଳଗୁଡିକ ଜନସଂମ୍ପର୍କ ବଢାଉଛନ୍ତି । ନିର୍ବାଚନୀପ୍ରଚାରକୁ ଯୋର କରୁଛନ୍ତି । ତେବେ ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ବିଜୁଜନତାଦଳର ପ୍ରାର୍ଥିଥିବା କଳିକେଶନାରାୟଣ ସିଂଦେଓ ଜନସଂମ୍ପର୍କରେ ଆଗରେ ରହିଛନ୍ତି । ବିଜୁଜନତାଦଳ ବଲାଙ୍ଗୀରରେ ଜିଣିଲେ ଆସନ୍ତା ୫ବର୍ଷରେ କଣ କଣ ସବୁ ବିକାଶମୂଳକ କାମକୁ ପ୍ରଧାନ୍ୟଦେଇ କରିବ ସେନେଇ କଳିକେଶନାରାୟଣ ସିଂଦେଓ ଏକ ସଂକଲ୍ପପତ୍ର ଦେଇଛନ୍ତି । ଏଥିରେ ବଲାଙ୍ଗୀରକୁ ଏକ ଅପରାଧମୁକ୍ତ ସହର ତଥା ସବୁଜସୁନ୍ଦର ବଲାଙ୍ଗୀର ଗଠନ ପାଇଁ କଲିକେଶ ଆହ୍ୱାନ ଦେଇଛନ୍ତି । ବଲାଙ୍ଗୀର ସହରର ବିଭିନ୍ନ ସାମାଜିକସଂଗଠନ,ବୁଦ୍ଧିଜୀବି,ମହିଳାସଂଗଠନଙ୍କ ଉପସ୍ଥିତିରେ ବିଜେଡି ବିଧାୟକପ୍ରାର୍ଥି କଳିକେଶ ଏହି ସଂକଲ୍ପପତ୍ରକୁ ଉନ୍ମୋଚନ କରିଛନ୍ତି । ଏହି ସକଲ୍ପ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ରାଜନୈତିକ ଏଜେଣ୍ଡା ଆକାରରେ କଳିକେଶ ନେଇଛନ୍ତି । ଶନିବାର ସଂଧ୍ୟାରେ ସ୍ଥାନୀୟ ରେନବୋ ମେରେଜପେଲେସଠାରେ ଆୟୋଜିତ

କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ସାମାଜିକ,ସାଂସ୍କୃତିକ ସଂଗଠନର ଏକ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ । ବିଧାୟକପ୍ରାର୍ଥି କଳିକେଶ କହିଛନ୍ତି ଯେ,ବଲାଙ୍ଗୀରରେ ଅନଙ୍ଗଉଦୟ ସିଂଦେଓ ବିଧାୟକ ଓ ସେ ସାଂସଦ ଥିବା ସମୟରେ କେବେ ମଧ୍ୟ ଅପରାଧିଗୋଷ୍ଠୀକୁ ପ୍ରଶ୍ରୟ ଦେଇନଥିଲେ । ଗତ ୧୦ବର୍ଷ ଭିତରେ ପ୍ରତିପକ୍ଷଗୋଷ୍ଠୀ ଅପରାଧିମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଫଳରେ ବଲାଙ୍ଗୀର ଭଳି ଏକ ଶାନ୍ତ ସହର ଆଜି ଅଶାନ୍ତ ହୋଇପଡିଛି । ନିଶାଶକ୍ତଯୁବକ,ଜମିମାଫିଆ,ଅପରାଧପ୍ରବଣ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପରିବାରର ଛତ୍ରଛାୟାରେ ତାଙ୍କର କାୟା ବିସ୍ତାର କରୁଛନ୍ତି । ରାଜନେତା ହୋଇ ଅପରାଧିମାନଙ୍କୁ ଆଇନଗତ ସହାୟତା ଦେଇ ଲୋକଙ୍କୁ ଭୟଭିତ କରିବାର ଅନେକ ଉଦାହରଣ ରହିଛି । ତେଣୁ ବିଜେଡିଦଳ ସଂକଲ୍ପପତ୍ର ଜରିଆରେ ସୂଚାଇ ଦେବାକୁ ଚାହୁଁଛି ଯେ,ବଲାଙ୍ଗୀରରେ ପୁଣିଥରେ ମୁଖ୍ୟତଃ ଶିଶୁ ଓ ମହିଳାଙ୍କ ସୁରକ୍ଷା ସହ ସହରରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତଙ୍କ ସହଯୋଗର ଆବଶ୍ୟକା ରହିଛି । ଠିକ ସେହିପରି ବଲାଙ୍ଗୀର ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷକୁ ବର୍ଷ ତାପମାତ୍ରା ବଢିଚାଲିଛି । ଏହାକୁ ରୋକିବାକୁ ହେଲେ ଆଗାମୀଦିନରେ ଆମେ ବଲାଙ୍ଗୀର ସହର ତଥା ଏହାର ଆଖପାଖର ଜଙ୍ଗଲରେ ସବୁଜବଳକୁ ସୁରକ୍ଷିତ କରିବାକୁ ପଡିବ । ତେଣୁ ବିଜେଡି ଏକ ସବୁଜସୁନ୍ଦର ବଲାଙ୍ଗୀର ଗଠନ ପାଇଁ ବଦ୍ଧପରିକର ବୋଲି କଳିକେଶ କହିଛନ୍ତି । ଆଉ ଅନ୍ୟାନ୍ୟ ସଂକଲ୍ପ ମଧ୍ୟରେ ବଲାଙ୍ଗୀର ସହରରେ ମାଷ୍ଟର ଡ୍ରେନେଜପ୍ଲାନ,ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ ଗଳିରେ ଷ୍ଟ୍ରିଟଲାଇଟ ଓ ସିସିଟିଭିର ବ୍ୟବସ୍ଥା,୨୪/୭ରେ ଜରୁରିକାଳିନ ହେଲ୍ପଲାଇନ,୨୪/୭ ସ୍ୱାସ୍ଥ୍ୟ ଓ ଜରୁରିକାଳିନ ଚିକିତ୍ସାସୁବିଧା,ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ଅଭିଜ୍ଞଡାକ୍ତର ସହ ଅତ୍ୟାଧୁନିକ ଚିକିତ୍ସାସୁବିଧା ଉପଲବ୍ଧ କରାଇବା,ବିବିଏମସିଏଚରେ ଏମଆରଆଇ ସୁବିଧା କରାଇବା,ବଲାଙ୍ଗୀର ସହରରେ ୨୪/୭ ଶୁଦ୍ଧପାନୀୟଜଳର ବ୍ୟବସ୍ଥା କରାଇବା,ପୋଖରୀଗୁଡିକର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଇବା,ବଲାଙ୍ଗୀର ସହରରେ ପଟ୍ଟାପାଇନଥିବା ବାକିଆ ଲୋକଙ୍କୁ ୬ମାସ ମଧ୍ୟରେ ପଟ୍ଟାପ୍ରଦାନ,ବଲାଙ୍ଗୀର ସହରରକୁ ଏକ ଆଦର୍ଶ ସହର ଭାବରେ ଗଢିତୋଳିବାକୁ ପ୍ରତ୍ୟେକୱାର୍ଡରେ ପାର୍କନିର୍ମାଣ,ବଲାଙ୍ଗୀରର ବୁଦ୍ଧିଜୀବିଙ୍କୁ ନେଇ ଏକ ଭିଜନ ଫୋରମ ଗଠନକରାଯିବା ତଥା ବଲାଙ୍ଗୀର ପୌରପରିଷଦକୁ ପୌରକର୍ପୋରେସନ କରାଇବାକୁ ଉଦ୍ୟମ କରାଯିବ,ଦଶମ ଓ ଦ୍ୱାଦଶ ଶ୍ରେଣୀର ମେଧାବୀଛାତ୍ରୀଙ୍କୁ ଛାତ୍ରବୃତ୍ତିପ୍ରଦାନ,ବଲାଙ୍ଗୀରରେ ଏକ ମହିଳା କ୍ଲବସ୍ଥାପନ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ବୃ୍‌ଦ୍ଧି କରାଯିବା,ଛାତ୍ରଛାତ୍ରୀଙ୍କୁ ବୈଶ୍ୱିକ ଦୃଷ୍ଟିକୋଣ ପ୍ରଦାନ,ଡିଜିଟାଲ ଲାଇବ୍ରେରୀର ସୁବିଧା,ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲମେନେଜମେଣ୍ଟର ସମ୍ପ୍ରସାରଣ,ପ୍ରତିଯୋଗୀତାମୂଳକ ପରୀକ୍ଷାପ୍ରସ୍ତୁତି କେନ୍ଦ୍ର ସ୍ଥାପନ,ସମନ୍ୱିତ କ୍ରୀଡାଭିତ୍ତିଭୂମୀର ବିକାଶ,ବିମାନ ଯୋଗାଯୋଗ ଓ ବୈମାନିକ ତାଲିମ କେନ୍ଦ୍ର ସ୍ଥାପନ,ବଲାଙ୍ଗୀର ଖୋର୍ଦ୍ଧା ରେଳଲାଇନ ସଂମ୍ପର୍ଣ୍ଣ ପାଇଁ ଉଦ୍ୟମ,କୃଷି ଅନୁସନ୍ଧାନ କେନ୍ଦ୍ର ଓ କୃଷିବିଶ୍ୱବିଦ୍ୟାଳୟ ସ୍ଥାପନ,ବର୍ଷକୁ ଦୁଇଥର ଜଳସେଚନ ସୁବିଧା,କୃଷିବିତ୍ତିକ ଶୀଲ୍ପପ୍ରତିଷ୍ଠା,ସୁତା,କେନ୍ଦୁପତ୍ର,ହସ୍ତତନ୍ତର ରପ୍ତାନୀ କରାଇବା,ବ୍ୟବସାୟ ସହାୟତାକେନ୍ଦ୍ରର ପ୍ରତିଷ୍ଠା,ଷ୍ଟାର୍ଟଅଫକୁ ସାହାର୍ଯ୍ୟକରିବା ଓ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବକମାନଙ୍କୁ ସକ୍ଷମକରିବା,ବଲାଙ୍ଗୀରରେ ଆମ୍ବେଦକର ଭବନନିର୍ମାଣ,ସମସ୍ତ ସଂପ୍ରଦାୟର ଅନୁଷ୍ଠାନକୁ ସହାୟତା,ଡ୍ରାଇଭରସଂଘ ପାଇଁ କାର୍ଯ୍ୟାଳୟ ଓ ତାଙ୍କର ବୀମାକରାଇବା,ବରିଷ୍ଠଲୋକଙ୍କୁ ତୀର୍ଥଯାତ୍ରା,ପଶୁମାନଙ୍କ ପାଇଁ ଆଶ୍ରୟଗୃହ ନିର୍ମାଣ କରାଇବାକୁ ବିଜେଡି ସଂକଲ୍ପ ନେଇଥିବା କଳିକେଶ ସୂଚନା ଦେଇଛନ୍ତି । ବିଜେଡିର ଏହି ସଂକଲ୍ପପତ୍ର ଉନ୍ମୋଚନ କାର୍ଯ୍ୟକ୍ରମରେ ନାଗରିକକମିଟିର ସଭାପତି ଡ.ଶ୍ରୀକର ମିଶ୍ର,ମାରୱାଡି ସମାଜର ସଭାପତି ମନୋଜ ଜୈନ,ବଣିକସଂଘର ସଭାପତି କିଶୋରକୁମାରବ ରଥ,ଜିଲ୍ଲାଓକିଲସଂଘର ସଭାପତି ଅମ୍ବରିଶ ତ୍ରୀପାଠୀ,ଜିଲ୍ଲାବ୍ରାହ୍ମଣ ସମାଜର ସଭାପତି,ଗୁଜରାତିସମାଜର ସଭାପତି ଗିରିଧାରୀ ୱାଧୱାନୀ,ମାରୱାଡି ମହିଳା ସମ୍ବଳନର କର୍ମକର୍ତ୍ତାଙ୍କ ସହ ପ୍ରାୟ ୧ହଜାର ଲୋକ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026

You Might Also Like