-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Dec-2020
କଟକ, (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)- ରାମେଶ୍ଵର ବଜାର ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ବିଜେପି କାର୍ଯ୍ୟକର୍ତ୍ତା ଓ ବଜାର କମିଟି ସଭ୍ୟ ମାନଙ୍କ ସହଯୋଗ ରେ ଯସସ୍ବୀ ଓ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କର ୯୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା ।ପୂର୍ବତନ ରାମେଶ୍ଵର ମଣ୍ଡଳ ବିଜେପି ସଭାପତି କିଶୋର ଚନ୍ଦ୍ର ବିଶୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଟକ ଜିଲ୍ଲା ଉପ ସଭାପତି ମୁଖ୍ୟ ଅତିଥି ଉଲ୍ଲାସ ଚନ୍ଦ୍ର ଜେନା ଯୋଗଦେଇ ବାଜପେୟୀ ଙ୍କ କର୍ମମୟ ଜୀବନୀ ବିଷୟରେ ଆଲୋକପାତ କରିଥିଲେ ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଟ କର୍ମକର୍ତ୍ତା ଦୁର୍ଯ୍ୟୋଧନ ବେଜ, ଦୋଳଗୋବିନ୍ଦ ବାରିକ,ଅନନ୍ତ ଚରଣ ବେହେରା, ପୁର୍ବତନ ୱ।ଡ ସଭ୍ୟ ଅର୍ଜୁନ ଭୁୟ୍ଯାଁ, ଗୌରଚନ୍ଦ୍ର ରାଉଳ, କୃପାସିନ୍ଧୁ ଭୁୟ୍ଯାଁ,ଛବି ସାମଲ,ସୁବାସ ଚନ୍ଦ୍ର କାଣ୍ଡି,ଚୈତନ୍ୟ ଜେନା, ପଣ୍ଡିତ ଜିତେନ୍ଦ୍ର ମିଶ୍ର , ପଣ୍ଡିତ ଦୀପକ କୁମାର ଷଡଙ୍ଗୀ, ସଞ୍ଜୟ ସାମଲ ପ୍ରମୁଖ ଅଟଳ ପ୍ରେମି ଯୋଗ ଦେଇ କାର୍ଯ୍ୟ କର୍ମକୁ ସାଫଲ୍ୟ ମଣ୍ଡିତ କରିଥିଲେ।