-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Dec-2020
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆଜି ସକାଳୁ ସକାଳୁ ଚାରମାଳ ରେଞ୍ଜ ବଂଶାଜାଲ ସେକ୍ସନରେ ଏକ ଭାଲୁ ଓ ତାର ଛୁଆ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ପ୍ରକାଶ।
ସୂଚନା ଅନୁଯାୟୀ, ଆଜି ଭୋରରୁ ରେଢାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅଧିନସ୍ଥ ବଂଶାଜାଲ ସେକ୍ସନ ରେଢ଼ାଖୋଲରୁ ବଡମାଳ ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତାର ସୁରୁବାଲି ଜୋର ଠାରୁ ୧କିମି ଦୂରରେ ଏରୁଣ୍ଡିବାହାଳ ଖେସରା ଜଙ୍ଗଲର ରାସ୍ତା ଉପରେ ଏକ ଅଜଣା ଗାଡି ଧକ୍କାରେ ଏକ ଭାଲୁ ଓ ତାର ଛୁଆ ମୃତ୍ୟୁବରଣ କରିଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଯାହା ଅନୁମାନ କରାଯାଉଛି ଭାଲୁଟି ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡି ଧକ୍କାରେ ମୃତ୍ୟୁବରଣ କରିଥିବା ଜଙ୍ଗଲ ବିଭାଗ ପ୍ରକାଶ କରିଛି।
ମୃତ ଭାଲୁର ଅନୁମାନିକ ବୟସ ୨୦ ବର୍ଷ ହୋଇଥିବା ବେଳେ ଛୁଆର ବୟସ ଦେଢବର୍ଷ ହୋଇଥିବା ବନବିଭାଗ କହିଛି। ମୃତ ଭାଲୁକୁ ଫରେଷ୍ଟର ବିଜୟ କୁମାର ବିଶ୍ୱାଳ, ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ, ରେଞ୍ଜଅଫିସର ଦର୍ଶନୀୟା ଭୋଇ ଜବତ କରି ରେଢାଖୋଲ ପ୍ରାଣୀଧନ କାର୍ଯ୍ୟାଳୟକୁ ଆଣିଥିଲେ। ରେଢାଖୋଲ ପ୍ରାଣୀଧନ ଚିକିତ୍ସକ ପ୍ରଦୀପ ସାହୁ ଶବ ବ୍ୟବଚ୍ଛେଦ କରିଥିଲେ। ଚାରମାଳରେ ଗାତ ଖୋଳି ମୃତ ଭାଲୁ ଓ ଛୁଆକୁ ପୋତି ଦିଆଯାଇଥିବା ଜଙ୍ଗଲ ବିଭାଗ କହିଛି।