-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Dec-2020
ବ୍ରହ୍ମପୁର, ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)- ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ବଣିକ ସଙ୍ଘ ଓ ପରିବା ସଙ୍ଘର ମିଳିତ ସହଯୋଗରେ ଚଳିତ ମାର୍ଗଶୀର ମାସରେ ଏକ ସପ୍ତାହ ବ୍ୟାପି ମହାଲକ୍ଷ୍ମୀ ପୂଜା ସ୍ଥାନୀୟ ବଜାର ଛକ ଠାରେ ଅନୁଷ୍ଠିତ ହୋଇ ଆସୁଥିଲା । ପ୍ରତିଦିନ ସକାଳ ବାଳଭୋଗ, ହୋମ, ପୂଜାର୍ଚ୍ଚନା ସହ ସଂଧ୍ୟା ଆରତୀ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସଂପାଦନ ହୋଇଯାଇଛି । ଆଜି ପୂର୍ବାହ୍ନରେ ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ସାରି ଅପରାହ୍ନରେ ମା' ମହାଲକ୍ଷ୍ମୀଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ ପଟୁଆର ଗାଁ ପରିଭ୍ରମଣ କରା ଯାଇଥିଲା । ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ପୂଜକ ଜଗନ୍ନାଥ ଶତପଥୀ, ମୁରଲୀ ରଥ ଓ ପ୍ରଦ୍ୟୁମ୍ନ ଖାଡଙ୍ଗା ତୁଲାଇଥିବା ବେଳେ ବଣିକ ସଙ୍ଘର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ ସମେତ ନାରାୟଣ ସାମନ୍ତରା, ଉମାଶଙ୍କର ନାୟକ, ଶଙ୍କର ରାଓ, କେ.ରାଘବ ପାତ୍ର, କେ.ଅଚ୍ୟୁତ ପାତ୍ର, ଜି.ମନୋଜ ପାତ୍ର, ପ୍ରମୋଦ ବିଶ୍ୱାଳ, ବାଳକୃଷ୍ଣ ଦୋରା, ଜି.ସଂଜୀବ ପାତ୍ର, ରାଜେନ୍ଦ୍ର ମହାରଣା, କେ.କାହ୍ନୁ ଆଚାରୀ, ରଙ୍କ ପୋଲାଇ ଓ ଅଜିତ ବଡୁ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ । କର୍ତ୍ତା କେ.କୃଷ୍ଣମୂର୍ତ୍ତି ଆଚାରୀ ବିସର୍ଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏହି ପୂଜା ଆଜକୁ ପନ୍ଦର ବର୍ଷ ଧରି ଗାଁ ର ମଙ୍ଗଳ ସକାଶେ କରା ଯାଉଥିବା ପୂଜା କମିଟିର କର୍ମକର୍ତ୍ତା ପ୍ରକାଶ କରିଛନ୍ତି ।