-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Dec-2020
ବଲାଙ୍ଗିର, ଆଜି ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କୁ ଅବସର ଗ୍ରହଣ ପରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶ ଦାତା ଭାବରେ ନିଯୁକ୍ତି ଦିଆଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଲାଙ୍ଗିର ନାଗରିକ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଶ୍ରୀ ତ୍ରିପାଠିଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଏଠାରେ ପ୍ରକାଶ ଥାଉ ଯେ ଶ୍ରୀ ତ୍ରିପାଠି ଡିସେମ୍ବର ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ଏହି ପଦବୀ ଯୋଗଦାନ କରି ପଶ୍ଚିମ ଓଡିଶାର ବିକାଶ ପାଇଁ କାମ କରିବେ ବୋଲି ବଲାଙ୍ଗିର ନାଗରିକ କମିଟିର ସଭାପତି ବିକ୍ରମାନନ୍ଦ ବହିଦାର, ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ ଓ ଉପ-ସଭାପତି ନିତ୍ୟାନନ୍ଦ ମିଶ୍ର ଆଶା ପ୍ରକାଶ କରିଛନ୍ତି । ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀ ତ୍ରିପାଠି ପଶ୍ଚିମ ଓଡିଶା ବିକାଶ ପରିଷଦର ଦାୟିତ୍ୱ ନେଲା ପରେ ବଲାଙ୍ଗିର ଜିଲ୍ଲାର ଅବହେଳିତ ସମସ୍ୟା ଗୁଡିକର ସମାଧାନ ହେବ ବୋଲି ନାଗରିକ ଆଶା ପ୍ରକାଶ କରିଛି ।