-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
20-Apr-2024
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ଉପଖଣ୍ଡର ଧର୍ମଶାଳା ଶିଶୁ ବିଦ୍ୟା ମନ୍ଦିରର ପଞ୍ଚ ବିଂଶ ତମ ବର୍ଷିକୋତ୍ସଵ ଆୟୋଜିତ ହୋଇ ଯାଇଛି।ଏହି ଉତ୍ସବରେ ବିରମହରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଅଞ୍ଚଳରେ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ସମ୍ପର୍କରେ ଉଲ୍ଲେଖ କରି ବିଦ୍ୟାଳୟ ପରିଚାଳନା ପରିଷଦ କାର୍ଯ୍ୟକର୍ତା ,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୁୟସୀ ପ୍ରଶଂସା କରିଥିଲେ।ଆହୁରିବି ଏହି ଆକର୍ଷଣୀୟ ଓ ଚିତ୍ତାକର୍ଷକ ଶୈକ୍ଷିକ ପରିବେଶରେ ଶିଶୁ ମାନଙ୍କ ଭବିଷ୍ୟତ ଗଠନ ସହିତ ମାନସିକ ,ଶାରୀରିକ ଓ ବୌଦ୍ଧିକ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ।ଖାଲି ଯେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରୁଛି ତାହା ନୁହେଁ ଛାତ୍ରଛାତ୍ରୀ ମାନଙ୍କ ଭିତରେ ଦେଶାତ୍ମବୋଧକ ପ୍ରୀତି ସୃଷ୍ଟି କରିବା , ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବା ତଥା ଆଞ୍ଚଳିକ ଲୋକ କଳା ,ଲୋକ ସଂସ୍କୃତିକୁ ପ୍ରାଧ୍ୟାନ୍ୟ ଦେଇ ଶିକ୍ଷା ପ୍ରଦାନ କରୁଥିବା ପ୍ରୟାସକୁ ପ୍ରଶଂସା କରିଥିଲେ।ଏହି ଉତ୍ସବରେ ଶିଶୁ ବାଟିକା ଓ ପ୍ରାଥମିକ ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ନାଟକ ମାତାଟିପା ବି ପରିବେଷଣ କରାଯାଇଥିଲା।ଶିଶୁ ମାନେ ଏହି ଉତ୍ସବରେ ସାମିଲ ହୋଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।