-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
10-Apr-2024
(ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଟାଉନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସୋନପୁର (RSS) ପକ୍ଷରୁ ହିନ୍ଦୁ ନବ ବର୍ଷ ଉତ୍ସବ ପାଳନ ହୋଇଛି I ଏହି କାର୍ଯ୍ୟକ୍ରମ ପ୍ରଥମେ ସଂଘର ପ୍ରତିଷ୍ଠାତା ଡ. କେଶବ ବଳିରାମ ହେଡଗୱାର ଙ୍କ ଜନ୍ମ ତିଥି ଥିବାରୁ ପ୍ରଥମେ ଆଦ୍ୟାସର ସଂଘ ଚାଳକ ପ୍ରଣାମ ସ୍ଵୟଂସେବକ ଅତିଥି ମାନଙ୍କ ଦ୍ଵାରା ଦିଆଯିବା ପରେ ହିନ୍ଦୁ ନବବର୍ଷର କାର୍ଯ୍ୟକ୍ରମ ଦୀପ ପ୍ରଜ୍ୱଳନ କରି ଶୁଭ ଆରମ୍ଭ କରିଥିଲେ l ସୋନପୁର ରାଜ କଲେଜ ର ଦୁଇ ଅଧ୍ୟାପକ ଡଃ, ଦେବେନ୍ଦ୍ର ପଧାନ, ଶ୍ରୀ କୈଳାଶ ଚାନ୍ଦ ଏବଂ ସଂଘର ଜିଲ୍ଲା ସହ ସଂଘ ଚାଳକ ଶ୍ରୀ ଜୟଦ୍ରଥ ଜଗଦଲା ଯୋଗ ଦେଇ ହିନ୍ଦୁ ନୁଆଁ ବର୍ଷର ମହତ୍ୱ ଏବଂ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ I ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ସଂଗୀତ ସହିତ ମୁଖ୍ୟ ଆକର୍ଷଣ ଥିଲା କୁନି ଝିଅ ମାନଙ୍କ ସମ୍ବଲପୁରୀ ଭଜନ, ଦେଶଭକ୍ତି ଗୀତ , ଓ ସୁନ୍ଦର ନୃତ୍ୟ l ଅର୍ପିତାସୁମନ ମହାନ୍ତିଙ୍କ ରାମ ଆୟେଙ୍ଗେ ଗୀତ ସମସ୍ତଙ୍କ ଉତ୍ସାହ ବଢାଇଥିଲl l ଏହି କାର୍ଯ୍ୟକ୍ରମରେ ସୋନପୁର ନଗରର ଅନେକ ଆଧ୍ୟାତ୍ମିକ, ସାମାଜିକ ସଂଗଠନ ଶତାଧିକ ଦର୍ଶକ, ସ୍ଵୟଂସେବକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ।