-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
09-Apr-2024
କଣ୍ଟାମାଳ (ଜୟ କୁମାର ମହାରଣା )
କଣ୍ଟାମାଳ ଥାନା ଲମ୍ବସରି ଛକରେ ମଙ୍ଗଳବାର ସକାଳ 8ଟା 30ମିନିଟ ସମୟରେ ଲକ୍ଷ୍ମୀବସ ଏକ ବୁଲାଣିରେ ପଛକୁ କରୁଥିବା ବେଳେ ବାଇକକୁ ଧକ୍କ ଦେଇଥିଲା l ଫଳରେ ବାଇକରେ ଥିବା ବଡବାପା ବାଲ୍ମୀକି ମହାନନ୍ଦିଆ (55)ଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ପୁତୁରା ପ୍ରଶାନ୍ତ ମହାନନ୍ଦିଆ(20) ଗୁରୁତର ଆହତ ହୋଇ ପ୍ରଥମେ କଣ୍ଟାମାଳ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ସୋନପୁର ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି l ସୂଚନାନୁସାରେ ମନମୁଣ୍ଡା ଥାନା ବିଳାସପୁର ପଞ୍ଚାୟତ ବିଚିକା ଗ୍ରାମର ପ୍ରଶାନ୍ତ ମହାନନ୍ଦିଆ ନିଜ ବଡବାପା ବାଲ୍ମୀକି ମହାନନ୍ଦିଆ ଙ୍କୁ ବାଇକରେ ବସାଇ ସକାଳ ସାଢେ ଆଠଟା ସମୟରେ କୌଣସି କାମରେ ଲମ୍ବସରି କୁ ଯାଉଥିଲେ l ବାଇକରେ ଯିବା ସମୟରେ ଲମ୍ବସରି ଛକରେ ଲକ୍ଷ୍ମୀବସ ଏକ ବୁଲାଣି ଛକରେ ଲକ୍ଷ୍ମୀବସ ପଛକୁ ବେକ କରୁଥିବାବେଳେ ବାଇକ ସହ ଧକ୍କା ହୋଇଥିଲା l ଏଥିରେ ବାଇକ ଆରୋହୀ ଦୁହେଁ ଗୁରୁତର ଭାବେ ତଳେ ପଡିଯାଇଥିଲେ l ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି 108ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ଡାକ୍ତରଖାନା ନେଇଥିଲେ l ଡାକ୍ତରଖାନାରେ ବାଲ୍ମୀକି ମହାନନ୍ଦିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ହେଁ ପୁତୁରା ପ୍ରଦୀପ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୋନପୁର ଜିଲ୍ଲା ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଯାଇଥିଲା l ଦୁର୍ଘଟଣା ସ୍ଥଳରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା l ଖବର ପାଇ କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ l ଏନେଇ କଣ୍ଟାମାଳ ଥାନାରେ ଏକ ମାମଲା ୠଜୁକରି ଘଟଣାର ତଦନ୍ତ ଜାରି ରଖିବା ଥାନାଧିକାରୀ ଶ୍ରୀ ପ୍ରଧାନ କହିଥିଲେ l