-+91-9937148622 |
prerana_bgr@rediffmail.com |
Thursday 22nd October 2026 |
R.N.I. Regd No. ODIODI/2010/46693
Breaking News
20-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ରେନବୋ କ୍ଲବ ଦ୍ୱାରା ଆୟୋଜିତ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି |ଉଦଯାପନୀ ତଥା ଫାଇନାଲ ମ୍ୟାଚ ବୌଦ୍ଧ ଟାଟରକିଲ୍ଲା ଓ ବିଏମପୁର ଦଳ ମଧ୍ୟରେ ହୋଇଥିବା ବେଳେ ବୌଦ୍ଧ 2-0 ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା |ପରେ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା,ସମ୍ମାନିତ ଅତିଥି ଭାବେ ଯୁବନେତା ଓମ ପ୍ରକାଶ ମିଶ୍ର,ଶିକ୍ଷକ ଉଦ୍ଧବ ମହାଲିକ,ବିଜିତ ପ୍ରଧାନ,ଶିତିକଣ୍ଠ ମିଶ୍ର,ରୁଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ପଲଶାଗୋରା ପୂର୍ବତନ ସରପଞ୍ଚ ପଞ୍ଚାନନ ସାହୁ,ଅନିଲ ପ୍ରଧାନ, ରାଧାବଲ୍ଲଭ ପ୍ରଧାନ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ |କାର୍ଯ୍ୟକ୍ରମ ପରିଚାଳନାରେ ରେନବୋ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |