-+91-9937148622 |
prerana_bgr@rediffmail.com |
Thursday 22nd October 2026 |
R.N.I. Regd No. ODIODI/2010/46693
Breaking News
20-Mar-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ ଟିକର!ପଡା ରାସ୍ତାରୁ ଅବକାରୀ ବିଭାଗ ଏକ ବୋଲେରୋ ପିକ- ଅପ ଗାଡି ସହ ୩୫୦ କେଜି ଗଂଜେଇ ଜବତ କରିଛି l ମାମଲାରେ ଗିରଫ ଦୁଇ ଗଞ୍ଜାଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି l ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଆରକ୍ଷୀ ଅଧିକ୍ଷକ ଶାନ୍ତି ମାରାଣ୍ଡି କଣ୍ଟାମାଲ ଥାନା ଅନ୍ତର୍ଗତ ଟିକିରପଡା ଅଂଚଳରେ ଚଢ଼ାଉ କରିବାକୁ ନିର୍ଦେଶ ଦେଇଥିଲେ l କଣ୍ଟାମାଳ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଟିକିର!ପଡା ଅଂଚଳରେ ଚଢାଉ କରିଥିଲା l ଟିକିର!ପଡା ରାସ୍ତାରୁ OD-03 AA 7126 ନମ୍ବର ବିଶିଷ୍ଟ ବୋଲେରୋ ପିକ- ଅପ ଗାଡି ସହ 350 କେଜି ଗଞ୍ଜାଇ ଜବତ କରିଥିଲା । ଏହା ସହ ଗଞ୍ଜାଇ ଚାଲାଣ ଅଭିଯୋଗରେ ଦୁଇ ଗଞ୍ଜାଇ ବେପାରୀଙ୍କୁ ଗିରଫ କରିଥିଲା l ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବୌଦ୍ଧବ୍ଲକବହିରା ଗ୍ରାମର ମନୋଜ ବେହେରା ଓ ଭାଲିଆପଦର ଗ୍ରାମର ଅନନ୍ତ ଭୋଇ । ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି l ଚଡାଉରେ କନେଷ୍ଟବଳ ସଞ୍ଜୟ କୁମାର ସେଠି, ଆନନ୍ଦ ଚନ୍ଦ୍ର ମେହେର, ସୁକେସିଂ ଖୁଜୁର,ଓ ନିରଞ୍ଜନ ମଲ୍ଲିକ ସାମିଲଥିଲେ!ଏହା ସହ ଅଧିକ ତଦନ୍ତ ଜାରିରହିଥିବା କଣ୍ଟାମାଳ ଅବକାରୀ ଅଧିକାରୀସୂର୍ଯ୍ୟକାନ୍ତ ମଲ୍ଲିକସୂଚନା ଦେଇଛନ୍ତି ।