-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
19-Mar-2024
ନର୍ଲା, (ଚିନ୍ତାମଣି ନାଏକ)ଗତ ଛମାସ ଧରି ରାସ୍ତା ପ୍ରଶସ୍ତି କରଣ ନାଁ ରେ ପରିମଳ ବିଭାଗର ମନୋଜ ଗୁପ୍ତା ନାମକ,ଭବାନୀପାଟଣା,ରଜଣେ ଠିକାଦାର ପାନୀୟ ଜଳ ଯୋଗାଣ ପାଇପ ପୁରୁଣା ହଟାଇ ନୂଆଁ ପାଇପ ଦେବା ବ୍ୟବସ୍ଥା ଥିବାବେଳେ ସଂପୃକ୍ତ ଠିକାଦାର ପାଇପ ଲାଇନ୍ ଏଣେ ତେଣେ ଖୋଲିଦେଇ ଫିଙ୍ଗା ଫୋପଡ଼ା କରିବା ସହ ବସ୍ତି ମଧ୍ୟରେ ବଡ଼ ବଡ଼ ଖାଲ ସୃଷ୍ଠି କରି ପୁରୁଣା ରିଯେକ୍ଟ ପାଇପ୍ ମାନ ସଂଯୋଗ କରି ଥିବାରୁ ପାଣି ଲିକ ହୋଇ ବିଭିନ୍ନ କାର୍ଯ୍ୟାଳୟ ଏବଂ ବ୍ୟକ୍ତିଗତ ଘର,ସାମ୍ନା,ରାସ୍ତାରେ ପାଣି ଜମି ରହିଥିବା ଏବଂ ଖାଲ ଢିପ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇ ଥିବା ଅଭିଯୋଗ ହୋଇଛି,ଏଭଳିକି ଆଜି ଅପରାହ୍ନ ପାଖା ପାଖି ପାଞ୍ଚଟା ସମୟରେ ବିଦ୍ୟୁତ୍ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ କୁ ଟ୍ରାସ୍ଫ୍ରମର ବୋଝେଇ ଆସୁଥିବା ଏକ ପିକପ ଭ୍ୟାନ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି ଏବଂ ଠିକାଦାର ଜଣକ ଛ ମାସରୁ ଅଧିକ ସମୟ ଧରି ଅତି ମନ୍ଥର ଗତି ରେ କାମ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି