-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
20-Mar-2024
ବଲାଙ୍ଗିର (ଚିତ୍ରସେନ ବେହେରା ): ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ର ପ୍ରାନ୍ତୀୟ ଅଧିବେଶନ ବଲାଙ୍ଗୀର ମାରୱାଡ଼ି ସମ୍ମେଳ୍ଳନ ସମ୍ମାନିତ
ଝାରସୁଗୁଡ଼ା ର ହୋଟେଲ ମେ ଫେୟାର ରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ସଭା ସହ ଅଧିବେଶନ କାର୍ଯ୍ୟକ୍ରମ ହୋଇଯାଇଛି ଏହି ଅଧିବେଶନ ରେ ରାଜ୍ୟ ର ଅନେକ ଜିଲ୍ଲା ତଥା ସହର ରୁ ପ୍ରାୟ ତିନି ଶହ ଲୋକ ଉପସ୍ଥିତ ରହିଥିଲେ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ bjd ର ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ ଶେଠ୍ ଉପସ୍ଥିତ ରହିଥିଲେ ଏହି ଅବସରରେ ସାଂସଦ ସୁଜିତ କହିଲେ କି ବର୍ତ୍ତମାନ ଯୁବା ମାନଙ୍କୁ ରାଜନୀତି ରେ ଆସିବା କଥା ଯୋଉ ଦିନ ଅନେକ ଯୁବା ରାଜନୀତି ରେ ଆସିବେ ସେହି ଦିନରୁ ବିକାଶ ର କାର୍ଯ୍ୟ ଆହୁରି ବଢିଯିବ ତଥା ଆମର ସମାଜ ରେ ଭି ବ୍ୟାପାର ସାଙ୍ଗରେ ରାଜନୀତି ରେ ଭି ଲୋକଙ୍କୁ ଆସିବା କଥା କାର୍ଯ୍ୟକ୍ରମ ରେ ଝାର ଖଣ୍ଡ ର ପ୍ରାନ୍ତୀୟ ଅଧ୍ୟକ୍ଷ ବସନ୍ତ ମିତ୍ତଲ୍,ଉତ୍କଳ ପ୍ରାନ୍ତୀୟ ଅଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ ସହିତ ଅନେକ ନାମୀ ଗିରାମି ଲୋକ ମଞ୍ଚାଷିନ ଥିଲେ ତଥା ଆଗାମୀ ଦୁଇ ବର୍ଷ ପାଇଁ ଉତ୍କଳ ପ୍ରାନ୍ତୀୟ ମାରୱାଡ଼ି ସମ୍ମେଳନ ର ନୂଆ ଅଧ୍ୟକ୍ଷ ଭାବରେ ସମ୍ବଲପୁର ର ଦିନେଶ ଅଗ୍ରୱାଲ କୁ ନିର୍ବିରୋଧ ଚୟନ କରାଗଲା।ଏହି କାର୍ଯ୍ୟକ୍ରମ ରେ ସମାଜ ର ଅନେକ ଲୋକ ତଥା ସଂସ୍ଥା କୁ ତାଙ୍କର ଉକ୍ରିଶ୍ଠ କାର୍ଯ୍ୟ ପାଇଁ ସ୍ମୃତି ଚିହ୍ନ ଦେଇ ସମ୍ମାନିତ ବି କରାଯାଇଥିଲା
ଏହି କାର୍ଯକ୍ରମ ରେ ବଲାଂଗୀର ମାରୱାଡ଼ି ସମ୍ମମେଲନ କୁ ସଦସ୍ୟତା ଓ ଶାଖା ବିସ୍ତାର କ୍ଷେତ୍ର ରେ ଅଗର୍ଣି ଭୂମିକା ନିଭାଇଥିବା ରୁ ସମ୍ମାନିତ କରାଯାଇଥିଲା
ବଲାଂଗୀର ମାରୱାଡ଼ି ସମେଲାନ ର ସଭାପତି ଇଂ ମନୋଜ ଜୈନ , ପୂର୍ବତନ ରାଜ୍ୟ ଶାଖା ଅଧ୍ୟକ୍ଷ ନକୁଲ ଅଗ୍ରୱାଲ, ପ୍ରାନ୍ତୀୟ ରାଜନୈତିକ ଚେୟାରମେନ ବିଷ୍ଣୁ ପ୍ରସାଦ କେଡିଆ, ଅଖିଳ ଭାରତୀୟ ଅଗ୍ରୱାଲ ମହାସଭା ର ପ୍ରାନ୍ତୀୟ ମିଡିଆ ପ୍ରଭାରି ସାମ୍ୱାଦିକ ପୱନ୍ ଅଗ୍ରୱାଲ ସମେତ ବଲାଂଗୀର ର ମୋହନ ଅଗ୍ରୱାଲ, ପ୍ରଦୀପ ଅଗ୍ରୱାଲ, ବାବୁଲାଲ ଖେଢ଼ିଆ ସମେତ ବହୁଁ ସଦସ୍ୟ ଯୋଗଦାନ କରିଥିଲେ l