-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
19-Mar-2024
ବଲାଙ୍ଗୀର(ପ୍ରେରଣା ଖବର )
ବଲାଙ୍ଗୀର ସହରର ୪ନମ୍ବରୱାର୍ଡର ତାଲପାଲିପଡାରେ ବହୁବର୍ଷ ଅବହେଳିତ ହୋଇପଡିରହିଥିବା ମନ୍ଦିରର ପୁନଃନିର୍ମାଣ ଚାଲିଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମନ୍ଦିରକାମ ଶେଷପର୍ଯ୍ୟାୟରେ ପହଞ୍ଚିଛି । ଆଜି ଏହାର ରତ୍ନମଦ ସ୍ଥାପିତ ହୋଇଛି । ସ୍ଥାନୀୟ ପଡାବାସୀଙ୍କ ଉଦ୍ୟମରେ ଆଜି ସୁନ୍ଦରାକାଣ୍ଡ ସହ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ହୋମଯଜ୍ଞ କରାଯାଇ ମନ୍ଦିରର ପବିତ୍ରତାସ କରାଯାଇଛି । ଗତକାଲି ସଂଧ୍ୟାରେ ପଡାର ମହିଳାମାନେ କଳସ ଶୋଭାଯାତ୍ରା କରି ପଡାପରିକ୍ରମା କରିଥିଲେ । ନିକଟସ୍ଥ ପୋଖରୀରୁ ଶୁଦ୍ଧଜଳ କଳସୀରେ ଆଣି ମନ୍ଦିରରେ ରଖାଯାଇଥିଲା । ତାଲପାଲିପଡାର ଦେବାନନ୍ଦ ପଟେଲ ଓ ଜୟନ୍ତି ପଟେଲ କର୍ତ୍ତାଦାୟୀତ୍ୱ ତୁଲାଇଥିଲେ । କଅଗାଁର ସୁଶାନ୍ତ ମିଶ୍ର ପୂଜକ ରହିଥିବା ବେଳେ ଦୀପକ ମିଶ୍ର ସୁନ୍ଦରାକାଣ୍ଡ ପାଠ କରିଥିଲେ । ଦୀପକଙ୍କ ସମଧୁରକଣ୍ଠରେ ଉପସ୍ଥିତ ଭକ୍ତ ବିଭୋର ହୋଇଯାଇଥିଲା । ରତ୍ନମୁଦ କାର୍ଯ୍ୟକ୍ରମରେ ବଲାଙ୍ଗୀର ରାଜପରିବାରର ସଦସ୍ୟ ତଥା ପୂର୍ବତନସାଂସଦ କଳିକେଶନାରାୟଣ ସିଂଦେଓ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ । ସେହିପରି ପୌରାଧ୍ୟକ୍ଷା ଲିକା ସାହୁ,ବିଜେଡିର ରାଜ୍ୟ ସଂପାଦକ ପ୍ରଦ୍ୟୁତ ମିଶ୍ର ମଧ୍ୟ ଯୋଗଦେଇଥିଲେ । ସେହିକ୍ରମରେ ତାଲପାଲିପଡାବାସୀଙ୍କ ଅନୁରୋଧ କ୍ରମେ ଏହି ରାମଜୀମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉନ୍ନୟନପାଣ୍ଠିରୁ ୬ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇ କାମ ଚାଲିଛି । ପୌରପାଳିକା ପକ୍ଷରୁ ରାମଜୀ ସ୍ୱୟଂସହାୟିକା ଗୋଷ୍ଠୀ ଏହାର କାମ କରାଉଛନ୍ତି । ଆଜି ଏହାର ରତ୍ନମୁଦ ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତାଲପାଲିପଡାର ସମସ୍ତ ସ୍ୱୟଂସହାୟିକା ଗୋଷ୍ଠୀ ଯୋଗଦେଇଥିଲେ । ରତ୍ନମୁôଦ ପାଇଁ ସହରର ଶ୍ରଦ୍ଧାଳୁମାନେ ଧାନ,ଅଷ୍ଟଧାତୁ ଓ ସୁବର୍ଣ୍ଣାଦି ପ୍ରଦାନ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରଉପରକୁ ଚଢି ରତ୍ନମୁଦ ପକାଇଥିଲେ ।