-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜେଏମଏଫ୍‌ସି କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ-ଚେକ୍ ମାଧ୍ୟମରେ ସୁନା ଗହଣା କିଣି ଲକ୍ଷାଧିକ ଟଙ୍କାର ଠକାମୀ କରିଥିବା ଅଭିଯୋଗରେ କ୍ରେତାଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ

19-Mar-2024



ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ପାରାଡାଇଜ୍ ଜୁଏଲେରୀରୁ ୧ଲକ୍ଷ ୬୪ ହଜାର ୪ଶହ ଟଙ୍କାର ସୁନା କିଣି ଚେକ୍ ପ୍ରଦାନରେ ଜାଣିଶୁଣି ଠକାମୀ କରିଥିବା ଦୋଷରେ ଜନୈକ କ୍ରେତା ବାବୁଲାଲ ମେହେରଙ୍କୁ ଦଫା ଦଫା ୧୩୮ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟରେ ବଲାଙ୍ଗୀର ଜେଏମ୍‌ଏଫ୍‌ସି କୋର୍ଟ ୨ ବର୍ଷର ଜେଲଦଣ୍ଡାଦେଶ ଶୁଣାଇଛନ୍ତି । ଗତ ମାର୍ଚ୍ଚ ୧୨ ତାରିଖ ଦିନ ବଲାଙ୍ଗୀର ମାନ୍ୟବର ଜେଏମ୍‌ଏଫ୍‌ସି କୋର୍ଟ ରେ ଏହି ଗୁରୁତ୍ୱପୁର୍ଣ୍ଣ  କେସ୍ ର  ରାୟ ପ୍ରକାଶ ପାଇଛି ।

  ସୂଚନାରୁ ପ୍ରକାଶ ଯେ, ଗତ ୨ଠ୨୧ ଜାନୁୟାରୀ ୨୨ ତାରିଖରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ସମ୍ମୁଖସ୍ଥ ପିଏଚଡି ଅଫିସରରେ କାର୍ଯ୍ୟରତ କର୍ମଚାରୀ ବାବୁଲାଲ ମେହେର ବଲାଙ୍ଗୀର ରମାଇ ଟକିଜ୍ ରୋଡ ସ୍ଥିତ ଏମ୍‌/ଏସ୍ ପାରାଡାଇଜ୍ ଜୁଏଲେରୀରୁ ୧ଲକ୍ଷ ୬୪ହଜାର ୪ଶହ ଟଙ୍କାର ସୁନା ଗହଣା କିଣିଥିଲେ । ସୁନାର ମୋଟ ଟଙ୍କା ରୁ ଶ୍ରୀ ମେହେର ୫ଠ ହଜାର ୪ଶହ ଟଙ୍କା ପ୍ରଦାନ କରି ୬ ମାସ ଭିତରେ ବକେୟା ଟଙ୍କା ୧ ଲକ୍ଷ ୧୪ହଜାର ଟଙ୍କା ଚେକ୍ ଆକାରରେ ପ୍ରଦାନ କରିବାକୁ କହିଥିଲେ । ଶ୍ରୀ ମେହେରଙ୍କ ସାଙ୍ଗରେ ଆସିଥିବା ତାଙ୍କ ବନ୍ଧୁ ବଲାଙ୍ଗୀର  ଆହ୍ଲାବାଦ ବ୍ୟାଙ୍କ କର୍ମଚାରୀ ଦିଗାମ୍ବର ମେହେର ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଚେକ୍ ଆକାରରେ ସମସ୍ତ ଟଙ୍କା ଫେରସ୍ତ କରିବାକୁ ଦୋକାନ ମାଲିକଙ୍କୁ କଥା ଦେଇଥିଲେ । ଯେହେତୁ ପରାଡାଇଜ୍ ଜୁଏଲେରୀର ସମସ୍ତ ଟଙ୍କା ଲେଣଦେଣ କାରବାର ଆଲହାବାଦ ବେଙ୍କରେ ପରିଚାଳିତ ହେଉଥିଲା, ଦିଗାମ୍ବର ମେହେରଙ୍କୁ ଜୁଏଲେରୀ ଦୋକାନର ମାଲିକ ଭଲ ଭାବରେ ଜାଣିଥିଲେ ତେଣୁ ବନ୍ଧୁତ୍ୱ ଓ ବିଶ୍ୱାସ ଆଧାରରେ ଜୁଏଲେରୀ ଦୋକାନର ମାଲିକ ସଂଜୀବ କୁମାର ବରେଇ ତାଙ୍କୁ ଉଧାରୀ ସୂତ୍ରରେ ସୁନା ଗହଣା ଦେବାକୁ ରାଜି ହୋଇଥିଲେ । । ଗତ ୨୦୨୧ ଜୁଲାଇ ୨ ତାରିଖରେ ସୁନା କିଣିଥିବା ଶ୍ରୀ ମେହେର ଗହଣା ଦୋକାନକୁ ଯାଇ ୫୭ ହଜାର ଟଙ୍କାର ଏକ ଚେକ୍ (ନଂ ୪୨୧୪୭୧) ପ୍ରଦାନ କରିଥିଲେ । ଠିକ୍ ସେହି ଦିନ କ୍ରେତା ଜଣକ ୫୭ହଜାର ଟଙ୍କାର ଆଉ ଏକ ପୋଷ୍ଟ ଡେଟେଡ ଚେକ୍ ପ୍ରଦାନ କରିଥିଲେ । ତେବେ ବ୍ୟାଙ୍କରେ ଚେକ୍ ଡିପୋଜିଟ କଲା ବେଳେ ଇନ୍‌ସଫିସିଏଣ୍ଟ ଫଣ୍ଡସ ଯୋଗୁଁ ଦୁଇ ଟି ଯାକ ଚେକ୍ ବାଉନ୍ସ ହୋଇଥିବା ଜଣାପଡିଥିଲା । ଏ ସଂପର୍କରେ ଜୁଏଲେରୀ ଦୋକାନର ମାଲିକ କ୍ରେତାଙ୍କୁ ଜଣାଇଥିଲେ । କ୍ରେତା ଜଣକ  ଦୋକାନୀ ଙ୍କ କଥା ଶୁଣି ନଥିଲେ l ଠକାମୀର ଶୀକାର ହୋଇଥିବା ଜଣିବାକୁ ପାଇବା ପରେ ଗହଣା ଦୋକାନର ମାଲିକ ଶ୍ରୀ ମେହେରଙ୍କୁ ଡିମାଣ୍ଡ ନୋଟିସ ଜରିଆରେ ବାରମ୍ବାର ବକେୟା ଟଙ୍କା ଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ଦିନ ଗଡ଼ାଇ ଚାଲିଥିଲେ । ଶେଷରେ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ସୁନା ଗହଣା ଦୋକାନ ମାଲିକ କୋର୍ଟର ଆଶ୍ରୟ ନେଇଥିଲେ । ମାନ୍ୟବର ଜେ ଏମ୍ ଏଫ୍ ସି କୋର୍ଟ ଆଇ.ସି.ସି କେସ୍ ନଂ ୫ଠ /୨ଠ୨୧ ଅନୁସାରେ ସମସ୍ତ ସାକ୍ଷୀ ଓ କାଗଜପତ୍ରକୁ ଭିତ୍ତି କରି ଦଫା ୧୩୮-ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ(ଏନ୍ ଆଇ ଆକ୍ଟ) ରେ କ୍ରେତା ବାବୁଲାଲ ମେହେରଙ୍କୁ ଗୋଟିଏ ମାସ ଭିତରେ ବକେୟା ଟଙ୍କା ୧ଲକ୍ଷ ୪୯ ହଜାର ୯ଶହ ୧ଠ ଟଙ୍କା ପ୍ରଦାନ କରିବା ସହ ଅନାଦେୟ ଦୁଇ ବର୍ଷର ଜେଲ ଦଣ୍ଡଦେଶ ଶୁଣଇଇଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଚନ୍ଦ୍ରଶେଖର ମିଶ୍ର ମୁକଦ୍ଦମା ପରିଚାଳନା କରୁଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like