-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
19-Mar-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ଡାବୁଗାଁ ବ୍ଳକ ସଦର ମହକୁମା ରେଭିନ୍ୟୁଗୁଡା ର ପ୍ରଦୀପ୍ତ କୁମାର ଦାଶ ଙ୍କ ୨୧ ବର୍ଷ ର ପୁଅ ଅନିକେତ ଦାଶ ୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ମାନପତ୍ର ପାଇ ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି l ଭୁବନେଶ୍ଵର ଉତ୍କଳ କରାଟେ ସ୍କୁଲ ରେ ମାର୍ଚ୍ଚ ମାସ ୧୫,୧୬,୧୭ ତାରିଖ ତିନିଦିନ ଧରି ୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ଚାଲିଥିଲା l ୧୭ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ଅନିକେତ୍ ୫୫୦ କେଜି ଓଜନ ଭାର ଉତ୍ତୋଳନ କରି ରାଜ୍ୟ ସ୍ତରରେ ଦ୍ଵିତୀୟ ହୋଇ ନବରଙ୍ଗପୁର ଜିଲ୍ଲା ର ଗୋୖରବ ରଖିଛନ୍ତି l ଏଥିନେଇ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟି ଚାଲିଛି l ସେ ଆହୁରି ଆଗକୁ ଉନ୍ନତି କରନ୍ତୁ ଜିଲ୍ଲା ରାଜ୍ୟ ଓ ଦେଶର ସୁନାମ ଆଣନ୍ତୁ ଓ ଦୀର୍ଘାୟୁ ହୋଇ ରଖନ୍ତୁ ଏହି କାମନା କରିଛନ୍ତି ସମସ୍ତ ଶୁଭେଚ୍ଛୁ ବୃନ୍ଦ l ଭଗବାନ ଅନିକେତ୍ କୁ ଶକ୍ତି ପ୍ରଦାନ କରନ୍ତୁ, ସେ ସବୁବେଳେ ଉନ୍ନତି ହେଇ ଉଠୁ l ପୁଅ ହେବ ତ ଏମିତି ବୋଲି ଚାରି ଆଡେ ଚର୍ଚ୍ଚା ହେଉଛି।