-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
କଣ୍ଟାମାଲ(ଜୟ କୁମାର ମହାରଣା ): ନିର୍ବାଚନ ପାଖେଇ ଆସୁଛି । ଆଉ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ କସରତ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ପରିବାର ସମ୍ପର୍କ ଯାତ୍ରା । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏଥିପାଇଁ ପରିବାର ସମ୍ପର୍କ ଅଭିଯାନ ଆରମ୍ଭ
କରିଛି ବିଜେଡି । ଦଳର ବିଧାୟକ ମହୀଧର ରଣା କର୍ମୀଙ୍କ ସହ ପଦଯାତ୍ରା କରିଛନ୍ତି । କୁଳୁତାଜୋର ପଞ୍ଚାୟତ ଅନ୍ତର୍ଗତ ଫାସେଡ ଗ୍ରାମରେ ଘରକୁ ଘର ବୁଲି ଶଙ୍ଖ ଷ୍ଟିକର ମାରିଛନ୍ତି । ପରିବାର ସହ ନେତା ଓ କର୍ମକର୍ତ୍ତା ସମ୍ପର୍କ ଯୋଡ଼ିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି । ପରିବାର ସମ୍ପର୍କ ଅଭିଯାନରେ ଘରେ ଘରେ ଷ୍ଟିକର ମାରିଛନ୍ତି ବିଜେଡି ବିଧାୟକ ଶ୍ରୀରଣା, ନେତା ଓ କର୍ମୀ । ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ରଣା l