-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ସୋନପୁର ( ମନୋରଞ୍ଜନ ତ୍ରିପାଠୀ )
ସ୍ଵଚ୍ଛ ଭାରତ ସଂଗଠନ ସୋନପୁର - ମନମୁଣ୍ଡl ର ନୂଆଁ ବର୍ଷ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି l ଏହି କାର୍ଯକ୍ରମ ରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସ୍ୱର୍ଗୀୟ ଲକ୍ଷ୍ମୀ ନାରାୟଣ ମେହେର ଙ୍କ ସ୍ମୁତି ରେ ଏକ ସଭା ଅନୁଷ୍ଟିତ ହୋଇ ଥିଲା l ସଂଗଠନ ର ଉପଦେଷ୍ଟl ଗରିବ ଲୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ସଭାରେ ସଂଘ ର ଉପଦେଷ୍ଟl ଶ୍ରୀବତ୍ସ ମଲ୍ଲିକ, ପ୍ରଦୀପ ପୁରୋହିତ, ବିନୋଦ ମେହେର, ଡ଼ା ସୁନୀଲ ମହାପାତ୍ର, ମହିଳା ଉପ ସଭା ନେତ୍ରୀ ଇନ୍ଦୁ ମତି ପୁରୋହିତ, ବରିଷ୍ଠ ସଦସ୍ୟ ବୈକୁଣ୍ଠ ଶତପଥୀ, ପ୍ରମୋଦ ସାହୁ, ମନୋଜ ପଣ୍ଡl, ଲଡୁ କିଶୋର ମଲ୍ଲିକ , ତରଣି ମେହେର , ସଂଗଠନ ପ୍ରତି ଥିବା ଲକ୍ଷ୍ମୀ ନାରାୟଣ ମେହେର ଙ୍କ ଅବଦାନ ଓ ଉତ୍ସର୍ଗୀକୃତ ସେବା ଏବଂ ଭାବର ପ୍ରlଚୁର୍ଯ୍ୟ ଭରା ଏହି ସଂଗଠନ ଉପରେ ବିଭିନ୍ନ ମତ ରଖି ଥିଲେ l ସଭା କୁ ମନୋରଞ୍ଜନ ତ୍ରୀପାଠୀ ସଂଯୋଜନl କରିଥିବା ବେଳେ ଆଜି ସଂଗଠନ ର ଅନ୍ୟତମ ଉଦ୍ୟୋକ୍ତା ଶୟଦ ଆଲିମୂଲ୍ ଇସଲାମ ଙ୍କୁ ସ୍ଵଚ୍ଛ ଭାରତ ର ନୂତନ ସଭାପତି ଭାବେ ଓ ପରେଶ ମେହେର ଙ୍କୁ ଉପ ସଭାପତି ଭବେ ସର୍ଵ ସମ୍ମତି କ୍ରମେ ମନୋନୀତ କରାଯାଇ ସ୍ଵାଗତ କରଯାଇଥିଲା l ମଣିଷ କୁ ଏକ ସଂଗଠନ ଓ ଏହା ମାଧ୍ୟମ ରେ ସମାଜ ପାଇଁ ଦେଶ ପାଇଁ ସମର୍ପିତ କାର୍ଯ୍ୟ ସ୍ମରଣୀୟ ହୋଇ ରହେ ଓ ଅମର କରି ରଖେ l ଓ ଉତ୍ତମ ପରିଚୟ ସୃଷ୍ଟି କରେ ବୋଲି ବଶିଷ୍ଠ ସଦସ୍ୟ ମାନେ ମତ ରଖିଥିବା ବେଳେ ୫ ଟି କୁ ଆଧାର କରି ସଂଗଠନ ପ୍ରତି ବିଶ୍ଵାସ, ଦଳଗତ କ୍ୟାର୍ଯ୍ୟ, ସମୟନୁବର୍ତିତl , ଭଲ କାମ ଓ ଭାବନା ର ରୂପାନ୍ତରିତ କରିବା, ସବୁ କାମ ରେ ସ୍ଵଚ୍ଛତା ର ସହିତ କାର୍ଯ୍ୟ କରିବା ଆମ ସଂଗଠନ ର ଲକ୍ଷ୍ୟ ବୋଲି କହିଥିଲେ l ଏହା ସହିତ ତ୍ୟାଗ, ଜ୍ଞାନ,ସଚେତନତା, ଚରିତ୍ରବାନ, ସାଧୁତା , ଆନନ୍ଦ ଅନୁଭବ ଏଵଂ କୌଣସି ଆଶା ନ ରଖି କାର୍ଯ୍ୟ କରିବା ହେଉଛି (swachha ସ୍ବଚ୍ଛ) ର ପ୍ରକୃତ ଅର୍ଥ ବୋଲି ବକ୍ତା ପ୍ରଦୀପ ପୁରୋହିତ ପ୍ରକାଶ କରି ଏହା କୁ ଅନୁକରଣ କରିବା ପାଈଁ ପରାମର୍ଶ କରିଥିଲେ l ପ୍ରହଲ୍ଲାଦ ମିଶ୍ର, ପ୍ରଫୁଲ୍ଲ ନାଏକ, ଡ଼ା, ସରୋଜ ପଟେଲ୍, କଳାକାହୁଁ ଦାଶ, ତରଣି ମେହେର, ଗୋକୁଳ ଠାକୁର, ଜୟାନ୍ତ ବେହେରା, ଶୁଶାନ୍ତ ସାହୁ, ତ୍ରିଲୋଚନ ତରିଆ, ଜୟ ନାରାୟଣ ସାହୁ, କ୍ରିଷ୍ଣା ମେହେର, ସାମ୍ବାଦିକ ପିତାମ୍ବର ମହାପାତ୍ର, ସଞ୍ଜୟ ସାହୁ ପ୍ରମୁଖ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସମସ୍ତ ସମାଜ ସେବୀ ଯୋଗ ଦେଇ ଥିଲେ l