-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-Dec-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ଆମଆଦମୀ ପାର୍ଟି ପକ୍ଷରୁ ଏକ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି I ଏଥିରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗ ଦେଇ ଦଳକୁ ବ୍ୟାପକ କରିବାପାଇଁ ଆହ୍ୱାନ ଦେଇଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଚିତ୍ରଗୁପ୍ତ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମ୍ବଲପୁର,କୁଚିଣ୍ଡା,ରେଙ୍ଗାଲି ଓ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମୀମାନେ ଯୋଗ ଦେଇ ଆଗାମୀ ଦିନରେ ଦେଶ ତଥା ରାଜ୍ୟକୁ ରାଜନୀତିକ ବିକଳ୍ପ ଦେବାପାଇଁ ଆମ ଆଦମୀ ପାର୍ଟିରେ ଅଧିକରୁ ଅଧିକ ସଂଖ୍ୟାରେ ଯୁବକ, ଛାତ୍ର, ମହିଳା, ଶ୍ରମିକ, ଆଦିବାସୀ, ସଂଖ୍ୟା ଲଘୁ ସଂପ୍ରଦାୟ, ପଛୁଆ ବର୍ଗ ତଥା ବରିଷ୍ଠ ନାଗରିକମାନଙ୍କୁ ଯୋଗଦାନ କରିବାପାଇଁ ଆହ୍ୱାନ ଦିଆଯାଇଥିଲା ।
ଆଗାମୀ ଫେବୃଆରୀରେ ଦଳୀୟ ନେତା ତଥା ରାଜ୍ୟ ସଭା ସାଂସଦ ସଞ୍ଜୟ ସିଂହ ରାଜ୍ୟ କୁ ଆସୁଥିବାରୁ ସେହି ସମୟ ମଧ୍ୟରେ ଜିଲ୍ଲାର ପୌରାଞ୍ଚଳର ସମସ୍ତ ୱାର୍ଡ଼ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କର୍ମୀଙ୍କୁ ଯୋଡ଼ିବା ପାଇଁ ବିଭିନ୍ନ କର୍ମୀଙ୍କୁ ଦାୟିତ୍ତ୍ୱ ପ୍ରଦାନ କରାଯାଇ ଜିଲ୍ଲାୱାରି ଏକ ଶକ୍ତିଶାଳୀ ସ୍ୱୟଂ ସଂପୂର୍ଣ୍ଣ କମିଟି ଗଠନ ପାଇଁ ପ୍ରସ୍ତାବ ନିଆଯାଇଥିଲା । ବୈଠକରେ ରେଢ଼ାଖୋଲରୁ ଆନନ୍ଦ କୁମାର ସାମଲ, ସମ୍ବଲପୁରରୁ ଶିବକୁମାର, ମେହଫୁଜ ଆଲାମ,ଲାଲମଣି ଲୁଗୁନ, ରୀତା ଅଗ୍ରୱାଲ, ଆଲ୍ଲାଉଦ୍ଦୀନ ସିଦ୍ଦିକୀ, ମହମ୍ମଦ ଫାରୁକ, ରମଣୀରଞ୍ଜନ ପଟ୍ଟନାୟକ, ବୀରେନ୍ଦ୍ର କୁମାର ପାଣିଗ୍ରାହୀ, ବୁର୍ଲାରୁ ଅଭିଷେକ ମିଶ୍ର, ଇମାନୁଏଲ ଅଇନ୍ଦ, ଶୁଭଜ୍ୟୋତି ନାୟକ, ରେଙ୍ଗାଲୀରୁ ବୀରକିଶୋର ଭୋଇସାଗର, କୁଚିଣ୍ଡାରୁ ଲିଙ୍କନ କିଣ୍ଡୋ, ରାଜକିଶୋର ଦେବତା, ବାମରାରୁ ଅଭିଳାଶ ପ୍ରଶାନ୍ତ ମାନକି, ଅରୁଣ ସାଗର ଜୋଜୋ, କିରଣ କୁମାର ଜାମୁଡାଲିଆ, ଜୁଜୋମୁରାରୁ ରୟାନ ସୁରିନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।