-+91-9937148622 |

prerana_bgr@rediffmail.com |

  Thursday 14th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||      ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   (13-May-2026)       ||      *ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   (13-May-2026)       ||      *ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   (13-May-2026)       ||      କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   (13-May-2026)       ||      *ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   (13-May-2026)       ||      ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   (13-May-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ    (13-May-2026)       ||      ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ    (13-May-2026)       ||      ମା ଙ୍କୁ ମନେ ପକାଇଲେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟସଭ୍ୟା    (13-May-2026)       ||      ସାଇଟ କଲେଜରେ ବିଶ୍ୱ ସେବିକା ଦିବସ ପାଳନ   (13-May-2026)       ||      କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା    (13-May-2026)       ||      ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   (12-May-2026)       ||      *ସୁବର୍ଣ୍ଣପୁର ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଉଦ୍ଘାଟନ*   (12-May-2026)       ||      *ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା*   (12-May-2026)       ||      ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   (12-May-2026)       ||      ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||     

HOME   ମହାନଗର

ସ୍ବର୍ଗତଃ କୁମୁଦିନୀ ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି*

24-Jan-2024



ଭୁବନେଶ୍ୱର/ରଣପୁର(ପ୍ରେରଣା ଖବର ): ଗତ ୨୪ ତାରିଖରେ ସ୍ବର୍ଗତଃ କୁମୁଦିନୀ ଦାଶ ଙ୍କର ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବା ଜଣାଯାଇଛି। ଶ୍ରୀମତୀ ଦାଶଙ୍କ ବିୟୋଗର ଦ୍ୱାଦଶ ତିଥି ଅବସରରେ ତାଙ୍କର ଗାଁ ରଣପୁରର  କଙ୍କିଆ ସ୍ଥିତ ବାସଭବନଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବନ୍ଧୁ ପରିଜନ, ପରିବାର ବର୍ଗ ଏବଂ ଶୁଭେଚ୍ଛୁ ସମ୍ମିଳିତ ହୋଇ ତାଙ୍କର ଆଦର୍ଶ ଜୀବନକୁ ସ୍ମରଣ କରିବା ସାଙ୍ଗକୁ  ଦିବଙ୍ଗତ ଆତ୍ମାର ସଦଗତି ଓ ଚୀର ଶାନ୍ତି କାମନା କରିଥିଲେ।ଶ୍ରୀମତୀ ଦାଶ ଙ୍କର ଗତ ଜାନୁଆରୀ ୧୨ ତାରିଖରେ ଦିଲ୍ଲୀଠାରେ ୭୨ବର୍ଷ ବୟସରେରେ ନିଧନ ଘଟିଥିଲା।ଜାନୁଆରୀ ୧୩ତାରିଖ ଦିନ ଦିଲ୍ଲୀର ଲୋଧି ରୋଡ଼ ସ୍ଥିତ ଶବଦାହ ସ୍ଥଳରେ ପରିବାର ତରଫରୁ ତାଙ୍କ ଶେଷକୃତ୍ୟ 

ସମ୍ପନ୍ନ କରାଯାଇଥିଲା। ଶ୍ରୀମତୀ ଦାଶ ତାଙ୍କର ପାଞ୍ଚ ପୁଅ ପ୍ରସିଦ୍ଧ  ଜ୍ୟୋତିଷ ଶ୍ରୀଧର ଦାଶ, ପ୍ରତିଷ୍ଠିତ ଆଇନଜୀବୀ ଶିଶିର ଦାଶ,ସୁନାମଧନ୍ୟ ଚାଟାର୍ଡ ଏକାଉଣ୍ଟାଟ ସୁଧୀର ଦାଶ,ବିଶିଷ୍ଟ ବିଜ୍ଞାନବିତ ପ୍ରବୀର ଦାଶ ଏବଂ ବରିଷ୍ଠ ବ୍ୟାଙ୍କ ଅଧିକାରୀ ପ୍ରକାଶ ଦାଶ ତଥା ବୋହୁ ଅନୁପମା, ସଂଗୀତା, ସଂଘମିତ୍ରା,ସୀମା ଓ ନାତି ନାତୁଣୀ ମିକୁନ,ମାମାଲି, ଗୁଡ଼ିଆ,ବାବୁ, ରିଜୁ ଓ ବେବି ପ୍ରମୁଖଙ୍କୁ ଛାଡି ଯାଇଛନ୍ତି ।           ସ୍ବର୍ଗତଃ କୁମୁଦିନୀ ଦାଶ ଏକାଧାରରେ ଜଣେ ସୃଜନଶୀଳ କବୟତ୍ରୀ, ଆଧ୍ୟାତ୍ମିକ ଉପାସକ, ଧର୍ମପରାୟଣ, ସରଳ,ସ୍ନେହୀ,ମିଷ୍ଟଭାଷୀ, ଦରଦୀ,ମେଳାପୀ ଓ ପରୋପକାରୀ ମହିଳା ଥିଲେ। ସେ ୧୯୫୨ମସିହା ଜୁନ ୧୫ ତାରିଖରେ ଓଡ଼ଗାଁ ବ୍ଲକ ର ସାନଗୋରୋଡ଼ା ଗ୍ରାମରେ ମାତା ଜେମା ଦେବୀ ଓ ପିତା ବୈଦ୍ୟନାଥ କରଙ୍କର ଔରସରୁ ଜନ୍ମଗ୍ରହଣ କରିଥିଲେ। ଶ୍ରୀମତୀ ଦାଶ ରଣପୁର ର କଙ୍କିଆ ଗ୍ରାମ ନିବାସୀ ସ୍ବର୍ଗତଃ ପାଲୁଣୀ ଦେବୀ ଓ  ସ୍ବର୍ଗତଃ ଲିଙ୍ଗରାଜ ଦାଶ ଙ୍କର କନିଷ୍ଠ ପୁତ୍ର ପ୍ରଖ୍ୟାତ ପୁରୋହିତ ଗୋବିନ୍ଦ ଚନ୍ଦ୍ର ଦାଶ ଙ୍କୁ ଵିଵାହ କରିଥିଲେ।ପ୍ରଖର ଈଶ୍ୱର ବିଶ୍ୱାସୀ ସ୍ବର୍ଗତଃ କୁମୁଦିନୀ ଦାଶ କୌଣସି ଆନୁଷ୍ଠାନିକ ଶିକ୍ଷା ପ୍ରାପ୍ତ କରି ନ ଥିଲେ ମଧ୍ୟ ଶ୍ରୀ ଜଗନ୍ନାଥ, ରାଧାକୃଷ୍ଣ, ଶିବଶମ୍ଭୁ ଓ ନୀଳମଧବଙ୍କୁ  ପ୍ରାର୍ଥନା କରି  ବହୁ ଭକ୍ତି କବିତା ରଚନା କରିଯାଇଛନ୍ତି। ଏପରି କି ଏହି ମହିୟସୀ ମହିଳା ମୃତ୍ୟୁ ର କିଛି କ୍ଷଣ ପୂର୍ବରୁ ଠାକୁରଙ୍କ ଉଦ୍ଦେଶ୍ୟରେ ଗାୟନ କରିଥିବା କେତେକ ଭଜନ ଓ ଶୋଳ୍କ ତାଙ୍କୁ ଚୀରସ୍ମରଣୀୟ କରି ରଖିବ। 

ଶ୍ରୀମତୀ ଦାଶ ଙ୍କର ବିୟୋଗରେ ୱାଲର୍ଡ ଓଡ଼ିଶା ସୋସାଇଟି ର ପ୍ରତିଷ୍ଠାତ୍ରୀ ଡ଼ଃ ଅରୁନ୍ଧତୀ ଦେବୀ, ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଉପାଧ୍ୟକ୍ଷ ଡ଼ଃ ନଳିନୀ ପତି, ମହାସଚିବ ଶିବ ରଞ୍ଜନ ବିଶ୍ଵାଳ,

ମହିଳା ଶାଖା ଉପସଭାପତି ରୀତା ପାତ୍ର, ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା, ଓଡ଼ିଶା ପଜିଟିଭିର ପ୍ରତିଷ୍ଠାତା  ଆଇନଜୀବୀ ସଂଜୀଵ ମହାନ୍ତି, ସମାଜସେବୀ ବଦ୍ରୀ ମିଶ୍ର ଓ ବାଳକୃଷ୍ଣ ଷଡ଼ଙ୍ଗୀ,ବରିଷ୍ଠ ସାମ୍ବାଦିକ ମଧୁସୂଦନ ମିଶ୍ର, ରଣପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଗୋପୀନାଥ ଇନ୍ଦ୍ରଜୀତ, ପିଂପଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗଣେଶ୍ୱର ନାୟକ, ଗୌରାଙ୍ଗପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଭାତ ପ୍ରଧାନ, ପ୍ରଧାନ ଶିକ୍ଷୟତ୍ରୀ ବିଦେଶିନୀ ପତି, ପ୍ରଧାନ ଶିକ୍ଷକ ସନ୍ତୋଷ ମିଶ୍ର,ଶିକ୍ଷକ ସତ୍ୟ ନାରାୟଣ କର, ଶିକ୍ଷୟିତ୍ରୀ ନିରୂପମା କର, ଆଇନଜୀବୀ ସୁକାନ୍ତ ପଟ୍ଟନାୟକ ଓ ବ୍ୟାଙ୍କ ମ୍ୟାନେଜର ଅଶୋକ ଉର୍ବାନ ସିଂହ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଶି‍କ୍ଷା ଓ ନିଯୁକ୍ତି  
ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି   13-May-2026
  ରାଜ୍ୟ  
ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   13-May-2026
  ଜିଲ୍ଲା  
ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   13-May-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    13-May-2026
  ଜିଲ୍ଲା  
ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   13-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   13-May-2026
  ଜିଲ୍ଲା  
*ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   13-May-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   13-May-2026
  ଜିଲ୍ଲା  
*ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   13-May-2026
  ଜିଲ୍ଲା  
ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   13-May-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ   13-May-2026
  ଜିଲ୍ଲା  
ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ   13-May-2026

You Might Also Like