-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2024
କଣ୍ଟାବାଞ୍ଜି(ଆନନ୍ଦ ମୋଟେ ): ତୁରେକେଲା ବ୍ଳକ ସ୍ତରୀୟ ଜାତୀୟ ବାଳିକା ଦିବସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଇବାହାଲଠାରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମଣ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀ ଫକୀର ଚରଣ ବିଶି,ବିଆରସିସି,ମୁଖ୍ୟ ଅତିଥି ଓ ଶିଶୁ ସାହିତ୍ୟିକ ତଥା ତୁରେକେଲା କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶ, ମୁଖ୍ୟବକ୍ତାଭାବରେ ଯୋଗ ଦେଇଥିଲେ।ହିଆଲ କ୍ଳଷ୍ଟର ସଂଯୋଜକ ଶ୍ରୀ ଧନସିଂ ମାଝୀ ସଭା ପରିଚାଳନା କରିଥିଲେ।ମୁଖ୍ୟବକ୍ତା ଶ୍ରୀ ଦାଶ ଉପସ୍ଥିତ ଛାତ୍ରୀମାନଙ୍କୁ ବାଳିକା ଅଧିକାର ଉପରେ ଆଲୋକପାତ କରିବା ସହିତ ଗଳ୍ପ ମାଧ୍ୟମରେ ଦିବସର ଗୁରୁତ୍ୱ ଉପରେ କହିଥିଲେ।ପୂର୍ବରୁ ଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ତାପର ଛାତ୍ରୀମାନେ ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଳଷ୍ଟରର ସଂଯୋଜକ ଶ୍ରୀ ପ୍ରେମରାଜ ପାଣିଗ୍ରାହୀ, ଅନୁପ କୁମାର ଦାସ, ଗଜୟ କୁମାର ଦାଶ, ଶିକ୍ଷକ ବିକାଶ ଚନ୍ଦ୍ର ନାଥ,ପରମାନନ୍ଦ ସୁନା, ଅରୁଣ କୁମାର ସାହୁ, ସୁବାସିନୀ ଦଳେଇ,କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷୟିତ୍ରୀ ଚନ୍ଦ୍ରାବତି ଦେଇ,ପ୍ରେମାଙ୍ଗିନୀ ବାଗ,ଶ୍ରାବଣୀ ମିଶ୍ର, ସତ୍ୟଭାମା ସାହୁ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କଲଦାର ତାଣ୍ଡୀ,ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ବୁଦ୍ଧଦେବ ବନଛୋର,ରମେଶ ସୁନା, ସୁନୀଲ ସାହୁ, ଜ୍ୟୋତି ବିକାଶ ବାରିକ, ସଞ୍ଜୟ ଖୁରା,ସରୋଜ ପୁରୋହିତ, ପ୍ରକାଶ ସେଲମାଆଦି ଯୋଗ ଦେଇଥିଲେ।