-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2024
କଟକ(ପ୍ରେରଣା ଖବର): ନେତାଜୀ କେବଳ ଭାରତବର୍ଷକୁ ଇଂରେଜ ମାନଙ୍କ କବଳରୁ ଉଦ୍ଧାର କରିବାକୁ ସଂଗ୍ରାମ କରିନଥିଲେ । ସେ ଭାରତ ବର୍ଷରୁ କିପରି କ୍ଷୁଧା, ଭୟ, ଦୁଃଖ, ଅଶିକ୍ଷା, ଅଜ୍ଞାନତା, ଅନ୍ଧକାର, ଅଧର୍ମ, ଅସମାନତା ଦୂର ହେବ ସେଥିପାଇଁ ଆଜୀବନ ନିଜ ସ୍ୱେଦ, ଲୁହ, ଲହୁକୁ ଏକାଠି କରି ସଂଗ୍ରାମ ଜାରି ରଖିଥିଲେ। ଏହା ରାଷ୍ଟ୍ରୀୟ କବି ସଙ୍ଗମ ପକ୍ଷରୁ ଆୟୋଜିତ ହେଇଥିବା କବିତା ପାଠ ଉତ୍ସବରେ ଅଧକ୍ଷତl କରି ରାଷ୍ଟ୍ରୀୟ କବି ସଙ୍ଗମର କଟକ ଜିଲ୍ଲା ସଂଯୋଜିକl ଲେଖିକା ସ୍ଥମ୍ଭକାର ମୀରା ବେଉରା କହିଥିଲେ। ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। କବି ତପନ ସ୍ବାଇଁ, ସଫଳl ଦାସ, କବି ଛବିରlମ୍ ସେଠୀ, ଶିକ୍ଷାବିତ୍ କବି ମମତା ମଞ୍ଜରୀ ଛତାର, କବି ଗୀତାଞ୍ଜଳୀ ସାହୁ, ସୁଭଲକ୍ଷ୍ମି ସାହୁ ପ୍ରମୁଖ ନେତାଜୀ ଙ୍କ ଉପରେ ସ୍ଵରଚିତ କବିତା ପlଠ କରିଥିଲେ । କବି ତଥା ସମାଜସେବୀ ଶର୍ମିଷ୍ଠା ନାଥ କବିତା ପାଠ କରି ଧନ୍ୟବାଦ ଦେଇଥିଲେ। ସହ ସଂଯୋଜିକl ରିମଝିମ୍ ଝା କାର୍ଯ୍ୟକ୍ରମକୁ ସଂଯୋଜନl କରିଥିଲେ।। ବହୁ କବି ଏହି ଉତ୍ସବରେ ଯୋଗ ଦେଇଥିଲେ