-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2024
ବୋଡ଼େନ (ଡୋଲେସ୍ବର ଵାଗ): ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଲ ସିଂହ ମାଝୀଙ୍କ ନେତୃତ୍ବରେ ସର୍ବପ୍ରଥମେ ବାର୍ଷିକ କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ଅବସରରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ,ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ହଂସ ଯୋଗ ଦେଇଥିଲେ । ବିଦ୍ୟାଳୟର ସହକାରୀ ସେବକ ଡ଼ିସମ୍ବର ମେହେରଙ୍କ ତତ୍ତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀ ବିଶାଳ ମଶାଲ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥିଲେ ।ଶେଷରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା ୧୦୦ ମିଟର ଦୌଡ଼,ରଶି ଡିଆଁ,ଗୋଲାଫିଙ୍ଗା,ମ୍ୟୁଜିକ ଚେୟାର, ଲମ୍ବ ଡିଆଁ ଜୁନିଅର ଓ ସବ୍ ଜୁନିଅର ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ।ବିଜୟୀ ପ୍ରତିଯୋଗୀଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସ ଦିନ ପୁରସ୍କାର ବିତରଣ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଜୋସ୍ନାମୟୀ ଜଗତ,ମହାବୀର କ୍ଷୋଷୀ,ବିନୋଦିନୀ କ୍ଷୋଷୀ, ଧର୍ମୁ ହଂସ, ରାଜେନ୍ଦ୍ର କୁମାର ହରିଜନ ସହଯୋଗ କରିଥିଲେ।