-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
24-Jan-2024
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ଡିଗ୍ରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ସନତ କୁମାର ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କଣ୍ଟାପାଲି ସ୍ଥିତ ଲଳିତ ଦେବୀ ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପକ ବଲିଷ୍ଟ ପୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୋଡାଲ ଅଧିକାରୀ କୁଳମଣି ମେହେର ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ । ତିନିଦିନ ଧରି ଚାଲି ଥିବା ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ କବିତା ଲିଖନ, ଓଡ଼ିଆ ପ୍ରବନ୍ଧ ଲିଖନ, ଓଡ଼ିଆ କୁଇଜ୍, ଓଡ଼ିଆ ହସ୍ତାକ୍ଷର, ଓଡ଼ିଆ ସ୍ଲୋଗାନ ଲିଖନ, ଓଡ଼ିଆ ଭଜନ, ଓଡ଼ିଆ ଲୋକନୃତ୍ୟ ଇତ୍ୟାଦି ବିଭାଗରେ ପ୍ରତିଯୋଗତା ଅନୁଷ୍ଠିତ ହେବା ସହ ଓଡ଼ିଆ ଇତିହାସ ଓ ସଂସ୍କୃତି ସମ୍ବର୍ଦ୍ଧିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l ଅଧ୍ୟାପକ ବିରେନ୍ଦ୍ର ବାଗ, ଅନ୍ନଦାପ୍ରସନ୍ନ ତ୍ରିପାଠୀ , ଚିତ୍ତ ରଞ୍ଜନ ସାହୁ, ଅଶ୍ଵିନୀ ମେହେର, ନାରାୟଣ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l