-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
19-Dec-2020
କୋକସରା (ତ୍ରିନାଥ ବେଶ୍ରା)
ଜୀବନରେ ପ୍ରେମ କେତେ ବେଳେ କାହା ସହିତ ହୁଏ ତାହା
କହି ହୁଏନି, ଯାହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ରେ ,ଗୋଟିଏ ମିସ୍ କଲ୍ ରୁ ପ୍ରେମ ଗଢି ଉଠିଥିବା ବେଳେ ବର୍ତ୍ତମାନ ଜୀବନ ସାଥି ହେବାକୁ ଦୁହେଁ ବାଛି ନେଇଛନ୍ତି l ଏଭଳି ଏକ ଦୃଶ୍ୟ ଦେଖିବା କୁ ମିଳୁଛି ନବରଙ୍ଗପୁର
ଜିଲ୍ଲାଚନ୍ଦାହାଣ୍ଡି ବ୍ଳକ ଡ଼ାହିମାଲ ଗ୍ରାମର କୁରୁପତି ଗଣ୍ଡ ଙ୍କ ପୁତ୍ର ଧରମ ଗଣ୍ଡ ବୟସ-୨୩ ,ସେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଛଚାନ ବାହାଲି ଗ୍ରାମର ଖଗେଶ୍ବର ଚିନା ଗଉଡ ଙ୍କ ଝିଅ -ମୁଗୁନା ଦେଇ ବୟସ-୨୨ ସେ ଦୁହେଁ ରଙ୍ଗ ନମ୍ବର ଫୋନ କଳ ଜରିଆରେ ପ୍ରେମର ସମ୍ପର୍କରେ ବନ୍ଧା ହୋଇ ଥିଲେ ଓ କୋକସରା ଥାନାରେ ଆଜି ଉଭୟ ଦୁଇପକ୍ଷ ଲୋକଙ୍କୁ ଡକାଇ କୋକସରା ଥାନା ଓ ଆ ଇ ସି ଶ୍ରୀଯୁକ୍ତ ବାସୁଦେବ ଛତ୍ରିଆ ତାଙ୍କର ପିତା ମାତା ସହ ଆଲୋଚନା କରି ସେମାନଙ୍କୁମିଳନ କରାଇ ଛନ୍ତି l
ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି କହି ଥିଲେ ଓ କୋର୍ଟ ରେଜାଇ ମେରେଜ୍ କରିବାପାଇଁ କହିଛନ୍ତି ll