-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
15-Jan-2024
ବେଲପଡ଼ା(ପୁର୍ଣ୍ଣ ଶଶୀ ଶେଖର ରାଓ ): ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୧୬ତମ ଭୈରବୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କ୍ରିକେଟ୍ କ୍ଳବ୍ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୁପେ ଭାନପୁର ସରପଞ୍ଚ ରୀନା ଜାଲ ଓ ସମ୍ମାନୀତ ଅତିଥି ରୁପେ ଭୈରବୀ କ୍ଳବ୍ ପୂର୍ବତନ ସଦସ୍ୟ ଧର୍ମେନ୍ଦ୍ର ଭୋଇ , ଗୋପାଳ ବାରିକ, ସମାଜ କର୍ମି ବ୍ରହ୍ମାନନ୍ଦ ସାହୁ ଯୋଗଦେଇ ନାଲି ଫିତା କାଟି, ନଡ଼ିଆ ଭାଙ୍ଗି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଉଦଘାଟନି ମ୍ୟାଚ ଝାଙ୍କରପାଲି ଓ ନାନ୍ଦୁପଲା ମଧ୍ୟରେ ଖେଳା ଯାଇଥିଲା। ଝାଙ୍କରପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭର୍ ରେ ୬ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା । ଜବାବରେ ନାନ୍ଦୁପଲା ଦଳ ୧୦ ଓଭର୍ ରେ ସମସ୍ତ ୱିକେଟ୍ ହରାଇ ୭୩ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଯାହା ଫଳରେ ଝାଙ୍କରପାଲି ଦଳକୁ ବିଜୟୀ ଘୋଷଣା କରାଯାଇଥିଲା । ଆମ୍ପାୟାର ରୁପେ ଆଶିଷ ପାଣିଗ୍ରାହୀ ଓ ଅରୁଣ ଖର୍ସେଲ ଖେଳ ପରିଚାଳନା କରିଥିବା ବେଳେ ପପୁ ଭୁଏ ସ୍କୋରର ଭାବେ କାର୍ଯ୍ୟ ସମ୍ପାଦନ କରିଥଲେ। ରଞ୍ଜିତ ମେହେର ଓ କୁଶ ରଞ୍ଜନ ଭୋଇ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଆକାଶ ପାଣିଗ୍ରାହୀ, ନରେଶ ବାରିକ, କେଦାର ବାରିକ, ଉତ୍ତମ ମାଝୀ, ନବୀନ ଭୁଏ, ଓଁକାର ଭୋଇ, ସୁବିତ୍ ଭୋଇ, ସ୍ଵାଧୀନ ପଣ୍ଡା, ନିକୁ ଶବର, ମହେନ୍ଦ୍ର କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିବା ବେଳେ ଟୁର୍ଣ୍ଣାମେଣ୍ଟ ଆଠ ଦିନ ଧରି ଚାଲିବ ବୋଲି ଜଣାଯାଇଛି।