-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି )ଆଜି ଭାରତୀୟ ଜନତାପାର୍ଟି ରେଢ଼ାଖୋଲ ନଗର ସଭାପତି ଶ୍ରୀଯୁକ୍ତ ରାମାନୁଜ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ନୟାଗଡ଼ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ନେଇ ଭାରତୀୟ ଜନତା ପାର୍ଟି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ତରଫରୁ ଆସନ୍ତାକାଲି ତା - ୧୯/୧୨/୨୦୨୦ ରିଖ ଶନିବାର ଏକ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏହି ପଦଯାତ୍ରା ରେଢ଼ାଖୋଲ ରାଜବାଟି ଠାରୁ ବାହାରି ସହରର ରଥସାହି ,କଲେଜ ଛକ, ବସଷ୍ଟାଣ୍ଡ, ନୂଆସାହି, ମେଡିକାଲ ଛକ ଦେଇ ଖନ୍ଦାଢିପ ଠାରେ ସମାପ୍ତ ହେବ। ଏହି ପଦଯାତ୍ରାରେ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାୟକ, ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ରାଧେଶ୍ଯାମ ବାରିକ, ଜିଲ୍ଲା ସଭାପତି ଗିରୀଶ ପଟେଲ, ରେଢ଼ାଖୋଲ ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଦେବେନ୍ଦ୍ର ମହାପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡିଛି ।