-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
ବଲାଙ୍ଗୀର, (ପ୍ରେରଣା ଖବର) - ଆଜି ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ସାପ୍ତାହିକ ଖବର କାଗଜ ସଠିକ୍ ଖବର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପତ୍ରିକାର ସମ୍ପାଦକ ଜୟଶଙ୍କର ପଟ୍ଟନାଯକ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ନାଟ୍ୟ ଭୂଷଣ ଜଗଦାନଂଦ ଛୁରିଅl ଯୋଗ ଦେଇ ଖବର କାଗଜ ର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ସମ୍ମାନିତ ଅତିଥି ଭବରେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଓ ବଲାଙ୍ଗିର ପ୍ରେସ୍ କ୍ଲବ ସଭାପତି ଅରୁଣ କୁମାର ମିଶ୍ର ଜଗ୍ ଦେଇ ସମ୍ପୁର୍ଣ୍ଣ ନିଷ୍ଠା ଓ ଆତ୍ମବିଶ୍ଵାସ ର ସହିତ ନିୟମିତ ଖବର କାଗଜ ପ୍ରକାଶନ ଉପରେ ଗୁରୁତ୍ଵ ଦେଇଥିଲେ l ମୁଖ୍ୟ ବକ୍ତା ଭବରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଜଗ୍ ଦେଇ ସତ୍ୟ ଓ ତଥ୍ୟ ଉପରେ ଆଧାରିତ ଖବର ପ୍ରକାଶନ କରିବା ତଥା ସବୁ ବେଳେ ଏ ଅଞ୍ଚଳ ର ନୂଆ ଖବର କୁ ବିଶ୍ଳେଷଣ କରି ପାଠକଙ୍କ ଆଗରେ ଥୋଇବାକୁ ପରାମର୍ଶ ଦେଇଥିଲେ l
ସଠିକ ଖବର୍ ର ସମ୍ପାଦକ ଜୟଶଙ୍କର ପଟ୍ଟନାୟକ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରେରଣା ର ସମ୍ପାଦକ ରଘୁନନ୍ଦନ ସିଂହ ସଭାକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଭାରେ ସହରର ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଜଗ୍ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଅକ୍ଷୟ ସ୍ୱାଇଁ, ଧର୍ମ ବ୍ରତ ରଥ, ବାବୁ ପୁଝାରୀ, ଦେବାଶିଷ ମିଶ୍ର, ଅଜିତ ପଣ୍ଡା, ଦେବାଶିଷ ବହିଦାର, ଜୟପ୍ରକାଶ ମଟlରି ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l