-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Jan-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ଜିଲ୍ଳା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ମେଳା ଓ ନୃତ୍ୟ ଗୀତ ର ମହାପାର୍ବଣ ସୁବର୍ଣ୍ଣପୁର ଲୋକ ମହୋତ୍ସବ -2024 ର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ଉଦ୍ଘାଟିତ ହୋଇ ଯାଇଛି l ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ, ସୁରେଶ ଚନ୍ଦ୍ର ଦଳlଇ, ସମ୍ନlନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ , ଏସପି ଅମରେଶ ପଣ୍ଡା ଯୋଗ ଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ସୁବର୍ଣ୍ଣପୁର ର କଳା ସଂସ୍କୃତି ପର୍ଯ୍ୟଟନ କୁ ଭୂରି ଭୂରି ପ୍ରଶଂସା କରି ଏହାର ସମୃଦ୍ଧି ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ l l ଜିଲ୍ଲା ଉନ୍ନୟନ ଓ ପଲ୍ଲୀଶ୍ରୀ ମେଳା କୁ ସମସ୍ତ ଅତିଥି ବୁଲି ଦେଖିଥିଲେ l ସଭାକୁ ପ୍ରଦ୍ୟୁମ୍ନ ସାହୁ ସଂଯୋଜନl କରିଥିବା ବେଳେ ସୌରଭ ରଂଜନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ l ସାଂସ୍କୃତିକ ସଂଧ୍ୟା ରେ ଜିଲ୍ଲା ତଥା ବିଭିନ୍ନ ଜିଲ୍ଳା, ଓ ରାଜ୍ୟ ର ବିଭିନ୍ନ କଳାକାର ମାନଂକ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିବା ବେଳେ ବିଳମ୍ୱିତ ରାତି ଯାଏ ହଜାର ହଜାର ଦର୍ଶକ ନାଚ ଗୀତ କୁ ଉପଭୋଗ କରିଥିଲେ l କୃଷି, ଉଦ୍ୟାନ,ମୃତ୍ତିକା ତଥା ବିଭିନ୍ନ କ୍ଷେତ୍ର ରେ ସଫଳ ଚାଷୀ ଙ୍କୁ ପୁରସ୍କୃତ କରିଥିଲେ l