-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
09-Jan-2024
ବଲାଙ୍ଗିର (ପ୍ରେରଣା ଖବର ): ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ମଠଖାଇ ବହୁଭାଷୀ ମହୋତ୍ସବ ଏବଂ ଭୂମିକା ଅନୁଷ୍ଠାନ ତରଫରୁ ଏକ ନାଟକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି | ଆଲୋଚନା ଚକ୍ର 'ଆମେ ନାଟ କାଏଁ ଯେ କରମା' ରେ ନାଟକର ଉତ୍ପତ୍ତି, ସାଂପ୍ରତିକ ସ୍ଥିତି ଓ ଦର୍ଶକ କାହିଁକି ନାଟକ ମୁହାଁ ହେଉନାହାନ୍ତି, ବାସ୍ତବ ଜୀବନର କଥା, ଜନତାଙ୍କୁ ଜାଗ୍ରତ, ସମ୍ବେଦଶୀଳ ହେବା, ସହ ସମସ୍ତଙ୍କ ପାଇଁ ଗ୍ରହଣଯୋଗ୍ୟ ହୋଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ,ଆଲୋଚକ ଭାବେ ନାଟ୍ୟକାର, ନିର୍ଦ୍ଦେଶକ କେଶରଞ୍ଜନ ପ୍ରଧାନ କହିଥିଲେ ଯେ ଜୀବନକୁ, ଜଗତକୁ ଭଲ ପାଇବା ସହ ନାଟକ ନିଜ ଭିତରେ ହିଁ ଅଛି, ତାହାକୁ ପ୍ରକାଶ କରିବା ହିଁ ମୁଖ୍ୟ କଥା ହେବା ଉଚିତ୍ ବୋଲି କହିଥିଲେ, ଡିଜିଟାଲ ଦୁନିଆରୁ କିଛି ସମୟ ଦୂରେଇ ସୃଜଶୀଳ ହେବା ଉପରେ ଗୁରୁତ୍ବ ଦେବାକୁ କହିଥିଲେ, ଆଲୋଚକ ଡ. କୌତୁକ ପନ୍ଦର ନାଟକର ଉତ୍ପତ୍ତି, ଇତିହାସ ଓ ସେଥିରେ ସାଂପ୍ରତିକ ସମୟର ଚିତ୍ର କିଭଳି ପ୍ରତିଫଳିତ ହେଉଛି, ମନୋରଞ୍ଜନ ହେବା ସହ ସାମାଜିକ ବାର୍ତ୍ତା ରହି ସଚେତନ ଜନ ଗୋଷ୍ଠୀ ସୃଷ୍ଟି କରିପାରିବ, ନାଟକ ଠାରୁ ଆମେ ଦୂରେଇ ଯାଉଛୁକି, ଯଦି ଦୂରେଇ ଯାଉଛନ୍ତି ତାର କାରଣ ଖୋଜିବା ବୋଲି କହିଥିଲେ, ଯୁବ ଗୋଷ୍ଠୀ ସେଥିପାଇଁ ଆଗେଇ ଆସିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ, ଅନ୍ୟତମ ଆଲୋଚକ ସନାତନ ଠାକୁର ନାଟକର ବିଭିନ୍ନ ଅଙ୍ଗ ଉପାଙ୍ଗ ଉପରେ ଆଲୋଚନା କରିଥିଲେ, ଦୁନିଆ ଓ ଜୀବନ ସମ୍ପର୍କରେ ଚିନ୍ତା କରି ନାଟକ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ | ମହାବିଦ୍ୟାଳୟର ଛାତ୍ର ଆୟୁଷ ବିଭାର, ରାକେଶ ବେହେରା ନାଟକ ସମ୍ବନ୍ଧରେ ନିଜ ଅନୁଭୂତି କହିଥିଲେ |ଡ଼. ସୁଧାଂଶୁ ଶେଖର ପଟ୍ଟନାୟକଙ୍କ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଅଖିଳ ହୋତା ସଂଯୋଜନା କରିଥିଲେ | ପ୍ରଫେସର ମଧୁସୂଦନ ପତି, ଅଧ୍ୟାପକ ଡ଼ ଅମୃତ ସିଂ ବରିହା, ରାମ ଶଙ୍କର ମେହେର, ବିଶ୍ବଭୂଷଣ ବିଶ୍ଵାଳ,ଅଧ୍ୟାପିକା ଖିରୋଦିନୀ ଭୁଏ, ଅମୃତା ମହାପାତ୍ର, ରିଚା ବିଶ୍ଵାଳ,ଧର୍ମେନ୍ଦ୍ର ନନ୍ଦ, ଅଖିଳ ହୋତା, ଗୌରୀ ଶଙ୍କର ମହଲିଁଙ୍ଗ, ବ୍ୟାସ ଦେବ ନନ୍ଦ, ଜିତେୟୀନ୍ଦ୍ର ତ୍ରିପାଠୀ , ବୀରେନ୍ଦ୍ର ଝଙ୍କାର, ପ୍ରେମ ଚାନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ସହ ସଂଖ୍ୟାଧିକ ଛାତ୍ର ଛାତ୍ରୀ ଏଠାରେ ଉପସ୍ଥିତ ଥିଲେ |