-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
03-Jan-2024
କେସିଙ୍ଗା (କେଶବ ମେହେର) କେସିଙ୍ଗା ବ୍ଲକ ଗ୍ରାମପଞ୍ଚାୟତ ସ୍ତରିୟ ଚାଞ୍ଚେର ମହୋତ୍ସବ ମହା ଆଡ଼ମ୍ବରରେ ପାଲିତ ହୋଇଯାଇଛି। ଏହି ମେଳା ଅବସରରେ ଚାଞ୍ଚେର ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ବିରାଟ ମଶାଲ ଶୋଭାଯାତ୍ରା କରାଯାଇ ବିରକୁଲ ଡଙ୍ଗର ମଞ୍ଚ କୁ ଅଣାଯାଇ ଅତିଥି ମାନଙ୍କ ଦ୍ବାରା ମଞ୍ଚ ଉଦଘାଟନ କରାଯାଇଥିଲା। ଦ୍ବିପହର ରେ ମଞ୍ଚ ରେ କେସିଙ୍ଗା ଆଇ ଆଇ ସି ପ୍ରଦୁମ୍ନ ମହାପାତ୍ର,ବିଶିଷ୍ଟ ଅତିଥି ସ୍ବଛ୍ଛ ଭାରତ ଅଭିଯାନ’ କଲାହାଣ୍ଡି ଜିଲ୍ଲା ସଂଯୋଜକ ଲୋକନାଥ ଦୁର୍ଗା, ସମ୍ମାନିତ ,ସ୍ବତନ୍ତ୍ର ଅତିଥି ସୁଧିର କୁମାର ଜୈନ,ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର, ଉପସ୍ଥିତ ରହିଥିଲେ। ଉତ୍ସବ ର ସାନ୍ଧ୍ୟ ଅଧିବେସନ ରେ ମୁଖ୍ୟ ଅତିଥୀ ଲଲିତା ନାଏକ,ମୁଖ୍ୟ ବ୍ୟକ୍ତା କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଧନ ସେନାପତି, ସମ୍ମାନିତ ଅତିଥି ଚାଞ୍ଚେର ସରପଞ୍ଚ ଅଞ୍ଜୁ କୁମାର, ନିମନ୍ତ୍ରିତ ଅତିଥି ସୁନିତା ଶବର, ଯୋଗଦାନ କରିଥିଲେ। ଉତ୍ସବରେ ଅତିଥି ମାନଙ୍କ ଦ୍ବାରା ଅଭିଭାଷଣ ତଥା ଅତିଥି ମାନଙ୍କ ଦ୍ବାରା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ସଦସ୍ୟ ଦ୍ବାରା ଧନ୍ୟବାଦ ପ୍ରଦାନ ପରେ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଁ ମହାଲକ୍ଷ୍ମୀ ସାସ୍କୃତିକ ଅନୁଷ୍ଠାନ ର ସଭାପତି ମିତ୍ରସେନ୍ ସାହୁ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଗ୍ରାମବାସୀ ପୁର୍ଣ ସହଯୋଗ ରେ ସମାପନ ହୋଇଥିଲା।