-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
03-Jan-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରି ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଆଜି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଉଦଯାପିତ ହୋଇଯାଇଛି l ଉଦଯାପନୀ ସଂଧ୍ୟା ରେ ମୂଖ୍ୟ ଅତିଥି ଭାବରେ ରlଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଂଜନ ପୁଝାରୀ , ସମ୍ମାନୀତ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ , ରାଜ୍ୟ ସଭା ସାଂସଦ ନିରଂଜନ ବିଶି, , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅବକାରୀ ଅଧିକ୍ଷକl ସୂମତି ତ୍ରୀପାଠୀ, ଶ୍ରୀବତ୍ସ ମଲ୍ଲିକ, ଅଭିମନ୍ୟୁ କୁଶଳ, ଯୋଗ ଦେଇ ଲୋକ କଲା ମାଧ୍ୟମ ରେ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଏକ ଭବ୍ୟ ମଞ୍ଚ ଦେଇଥିବାରୁ ଅନୁଷ୍ଠାନ କୁ ପ୍ରଶଂସା କରିଥିଲେ l
ଗୁଜରାଟ ର ଝୂମେର ନାଚ ଗୀତ , ପଇଁରି ର ଡାଲଖାଇ, ମୟୂରଭଞ୍ଜ ର ଛଉ, ଭେମ୍ସା ଖୋର୍ଦ୍ଧା ର ନୁପୁର ଧ୍ଵନୀ କଳାକାର ଙ୍କ ନାଚ ଗୀତ ରେ ବିଳମ୍ୱିତ ରାତି ଯାଏ ଝୁମିକେ ନାଚିଲେ ଦର୍ଶକ l ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକ ଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି ସଭାକୁ ସମ୍ପଦକ ଚୌଧୁରୀ ବିଭାର ସଂଯୋଜନା କରିଥିଲେ l ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ବିଳମ୍ୱିତ ରାତି ଯାଏଁ ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l