-+91-9937148622 |

prerana_bgr@rediffmail.com |

  Monday 13th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ଜିଲ୍ଲା

ଟାଙ୍ଗିଆଜାମ କମିଟି ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ, ସରପଞ୍ଚ,ୱାର୍ଡମେମ୍ବର ଓ ପରିବେଶକର୍ମିଙ୍କୁ ସମ୍ମାନୀତ କରି ପରିବେଶସୁରକ୍ଷାର ଶପଥପାଠ

31-Dec-2023



ବଲାଙ୍ଗୀର(ଦେବାଶିଷ ବହିଦାର): ଇଂରାଜୀ ନବବର୍ଷର ଶେଷଦିନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଭୋଜିଭାତ ତଥା ପିକନିକ କରି ପାଳନ କରୁଥିବା ବେଳେ ବଲାଙ୍ଗୀରର ଟାଙ୍କିଆଜାମ କମିଟି ଏହାକୁ ନିଆରା ଭାବରେ ପାଳନ କରିଛି । ଆଜି ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିରେ ପରିବେଶ ସୁରକ୍ଷା ଓ ସଚେତନା ନେଇ କାର୍ଯ୍ୟକ୍ରମ କରିଛି । ଏଥିରେ କମିଟି ୫ଟି ପଞ୍ଚାୟତର ସରପଞ୍ଚ,ୱାର୍ଡମେମ୍ବର ଓ ପରିବେଶକର୍ମୀଙ୍କ ଗୋଡଧୋଇ ଚନ୍ଦନ ଲଗାଇ ଉପଢୌକନ ଦେଇ ସମ୍ମାନୀତ କରିବା ପରେ ଆଗାମୀବର୍ଷ ଗୋଟିଏ ଗୋଟିଏ ବରଗଛ,ପିପ୍ପଳଗଛ ଓ ଦେଶୀଆମ୍ବଗଛ ଲଗାଇବାକୁ ଶପଥପାଠ କରାଇଛନ୍ତି । କମିଟିର ମହିଳାସଭ୍ୟାମାନେ ଜଙ୍ଗଲ ସୁରକ୍ଷା କରୁଥିବା ପରିବେଶ କର୍ମୀଙ୍କୁ ଭାଇଜିଉଁତିଆର ଦୂବ ଉତାରି ତାଙ୍କ ହାତରେ ଜିଊଁତିଆ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ ।  ପରିବେଶ ପ୍ରଦୂଷଣ ଓ ବିଶ୍ୱତାପନ ସମସ୍ୟାରେ ବିଶ୍ୱବାସୀ ଆତଙ୍କିତ ହୋଇପଡିଛନ୍ତି । ଆଗକୁ ପୃଥିବୀକୁ ବଞ୍ଚାବାକୁ ହେଲେ ବୃକ୍ଷରୋପଣ ଓ ଜଙ୍ଗଲସୁରକ୍ଷା ହିଁ ଏକମାତ୍ର ବିକଲ୍ପ ବୋଲି ଆହ୍ୱାନ ଦିଆଯାଇଥିଲା । ଭୀମଡୁଙ୍ଗୁରୀ, ସୁଲିଆପାହାଡ, ମଠଖାଇ ଜଙ୍ଗଲସୁରକ୍ଷା କରୁଥିବା ସ୍ୱେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏଡଭୋକେଟ ଭକ୍ତବନ୍ଧୁ ନାଏକ ଓ ତାଙ୍କ ଟିମ ଜଗନ୍ନାଥ ଭଜନଗାନ ଓ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲସୁରକ୍ଷା, ସମାଜ ସଂସ୍କାର ତଥା ଭାରତୀୟ ସଂସ୍କୃତି ସୁରକ୍ଷା ଦିଗରେ କାମ କରୁଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟାଙ୍କିଆଜାମ କମିଟିର

ସଭାପତି ଏଡଭୋକେଟ ଗୋପାଳଚନ୍ଦ୍ର ହୋତାଙ୍କ ସଭାପତିତ୍ୱ ଓ ଆଦିବାସୀନେତା ମୟ ପଧାନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ପଥରଚେପା ଆଦର୍ଶବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଆଦିବାସୀନେତା ଘନଶ୍ୟାମ ପଧାନ, ମହିମୁଣ୍ଡା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଶଙ୍କର ବିଶ୍ୱାଳ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମକୁନ୍ଦପୁର ସରପଞ୍ଚ ଜାନକି ସାହୁ, ବରକାନୀ ସରପଞ୍ଚ ବଳଦେବ ସାହୁ, ଖୁଜେନପାଲି ସରପଞ୍ଚ ରଂଜିତା ପାଣିଗ୍ରାହୀ,ମହଲେ ସରପଞ୍ଚ ଚିତ୍ତରଂଜନ ସାହୁ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ଝାଙ୍କର ତାଙ୍କ ବକ୍ତବ୍ୟରେ ପରିବେଶ ସୁରକ୍ଷା ଦିଗରେ ବିଶ୍ୱରେ ହୋଇଥିବା ଅନେକଗୁଡିଏ ଆନ୍ଦୋଳନ ବିଷୟରେ ସୂଚନା ଦେଇଥିଲେ ଓ ଟାଙ୍କିଆଜାମ କମିଟିର ଏଭଳି ପ୍ରୟାଶକୁ ଉଚ୍ଚପ୍ରଶଂସା କରିଥିଲେ । ସଂସ୍କାରିତ ସମାଜ ଓ ସଚେତନ ନାଗରିକମାନେ ବିଶ୍ୱକୁ ବଞ୍ଚାଇବା ପାଇଁ ଆଗେଇ

ଆସିବାକୁ ଟାଙ୍ଗିଆଜାମ କମିଟିର ସଭାପତି ଗୋପାଳ ହୋତା ଆହ୍ୱାନ ଦେଇଥିଲେ । ବିଗତ ୨୦ବର୍ଷ ହେଲା ଟାଙ୍ଗିଆଜାମ କମିଟି ଗାଁକୁ ଗାଁ ବୁଲି ପରିବେଶ ସୁରକ୍ଷା ଓ ବନସଂରକ୍ଷଣ ନେଇ ସଚେତନତାର ବାର୍ତ୍ତା ପ୍ରଚାର କରୁଛି । ଏହା ସହିତ ବର୍ଷାଦିନରେ ବୃକ୍ଷରୋପଣ ପାଇଁ ଚାରା ବଣ୍ଟନ ମଧ୍ୟ କରୁଛି । ପ୍ରତିବର୍ଷ ପ୍ରାୟ ୧୫ରୁ ୨୦ହଜାର ଚାରା ବଣ୍ଟନ କରୁଛି । ଏହା ସହିତ ହେଣ୍ଡମାଇପ ଲଗାଇ ଗାଁ ଗାଁରେ ବୁଲିବୁଲି ସଚେତନତା କରିଆସୁଛି । ଏହି ଅଭିଯାନରେ ବଲାଙ୍ଗୀର,ଦେଓଗାଁ,ପୁଇଁତଳା ଓ ଲୋଇସିଂହା ବ୍ଲକର ବିଭିନ୍ନ ଅଞ୍ଚଳର ପୁରୁଷ/ମହିଳା ସାମିଲ ହେଉଛନ୍ତି । ଆଜି ପବିତ୍ର ଭୀମଡୁଙ୍ଗୁରୀରେ ହଜାର ହଜାର ପର୍ଯ୍ୟଟକଙ୍କ ଉପସ୍ଥିତିରେ ଏଭଳି ଏକ ନୀଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀବଚ୍ଛ ସାହୁ,ଏଡଭୋକେଟ ସୁଶାନ୍ତ ପତି,ସୁଶାନ୍ତ ପାତ୍ର,ଏଡଭୋକେଟ ରଶ୍ମିତା ବାଗ,ଅଶୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like