-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
28-Dec-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଆଜି ଭୋର ୫ ଟା ବେଳେ ସୋନପୁର ବଲାଙ୍ଗିର ମୁଖ୍ୟ ରାସ୍ତା ଏନଚ ୫୭ ହରଡଖୋଲ ଖମ୍ବେଶ୍ୱରୀପାଲି ମଝି ରେ ଏକ ବସ ଟ୍ରକକୁ ପଛପଟୁ ଧକ୍କା ଦେଇଥିବା ଜଣାପଡ଼ିଛି। ସୁଚନା ଯୋଗ୍ୟ ଯେ ସୋନପୁର ବଡ଼ବଜାର ନୂଆପଡା ଠାରେ ଥିବା ଶ୍ରୀ ମେହେର ଙ୍କ ଓଏ ଆଇସି କମ୍ପ୍ୟୁଟର ସେଣ୍ଟର ର ଛାତ୍ର ଛାତ୍ରୀମାନେ ଭୋଲେନାଥ ନାମକ ଏକ ବସ ଯୋଗେ କେଉଁଝର ପିକନିକ ପାଇଁ ଯାଇ ଫେରୁଥିବା ବେଳେ ଗନ୍ତବ୍ୟ ସ୍ଥଳରୁ ମାତ୍ର ୧୫ କିମି ଦୂରରେ ସିଆଲଜୁରୀ ଠାରେ ଏକ ଟ୍ରକ୍ ବେଆଇନ ଭାବେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଘନ କୁହୁଡି ଯୋଗୁଁ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା ବସ। ଏଥିରେ ଡ଼୍ରାଇଭର ସହିତ ୮ ଜଣ ଆହତ ହୋଇ ସୋନପୁର ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୪ ଜଣ ଛାତ୍ର ବୌଦ୍ଧ ଜିଲ୍ଲା ଗବଜୁରୀ ର ବାଦଲ ସାହୁ, ଝିଙ୍କି ର ସୁରଥ ଗହିର ଙ୍କ ସହ ଅନ୍ୟ ୨ ଜଣ ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନନ୍ତରିତ ହୋଇଥିବା ଜଣାପଡ଼ିଛି। ସୋନପୁର ଡ଼ାକ୍ତରଖାନା କୁ ତୁରନ୍ତ ସୋନପୁର ଏସପି ଅମରେଶ ପଣ୍ଡା ଓ ଆଇଆଇସି ପଦ୍ମାସିନୀ ମେହେର ପହଞ୍ଚି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରି ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଚିକିତ୍ସା ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିଥିଲେ l