-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
(ପ୍ରେରଣା ଖବର) ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପୁଲିସ ଆଜି ଦ୍ବଇ ଜଣ ଆସାମୀଙ୍କୁ କୋର୍ଟକୁ ନେଉଥିବା ବେଳେ ଆସାମୀ ଦ୍ବୟ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଆସାମୀଙ୍କୁ ପୁଲିସ ଧରିଥିବା ବେଲେ ଆଉ ଜଣେ ଫେରାର ମାରିଥିବା ଜଣାପଡିଛି। ଖବର ଲେଖିବା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ଆଉ ଜଣେ ଆସାମୀଙ୍କୁ ଖୋଜାଖୋଜି କରୁଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଗତକାଳି ବୋଡ଼େନ ଥାନା ପୁଲିସ ଦହନାପାଳିଠାରେ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ୨ ଜଣ ଦଲାଲଙ୍କୁ ଗିରଫ କରିଥିଲା। ଆଜି ସିନାପାଲି ଥାନା କାନ୍ଦୁଳକନାର ଦ୍ବଇ ଜଣ ଦଳାଲା ରିପୁ ମାଝୀ, ବୈଷ୍ଠବ ମାଝୀଙ୍କୁ ସିନାପାଳି କୋର୍ଟକୁ ଚାଲାଣ ପାଇଁ ନିଆଯାଉଥିଲା। ଏହି ସମୟରେ ରାନିମୁଣ୍ଡା ଓ ଟିମନପୁର ମଝିରେ ଆସାମୀ ପରିଶ୍ରା ପାଇଁ ଯାଇଥିଲେ। ତାଙ୍କ ସହିତ ପୁଲିସ ମଧ୍ୟ ଥିଲା। ହେଲେ ଦ୍ବଇ ଜଣ ପୁଲିସ ଆଖି ଆଗରେ ଚମ୍ପଟ ହୋଇଯାଇଥିଲେ। ପୁଲିସ ପରେ ଖୋଜାଖୋଜି କରିବାରୁ ରିପୁ ମାଝୀଙ୍କୁ ଧରିବା ପାଇଁ ସକ୍ଷମ ହୋଇଥିବା ବେଳେ ବୈଷ୍ଠବ ବର୍ତ୍ତମାନ ମଧ୍ୟ ଫେରାର ଥିବା ଜଣାପଡିଛି।