-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||     

HOME   ଜିଲ୍ଲା

‘ଆତ୍ମା’ ଯୋଜନାରେ ଆଦିବାସୀ ଚାଷୀଙ୍କୁ ଠକେଇ, ସବସିଡ୍ ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ

18-Dec-2020



 (ପ୍ରେରଣା ଖବର) ରାୟଗଡ଼ା: ଚାଷୀଙ୍କ ସବସିଡ୍ ଆବେଦନ ଫର୍ମରେ ନିଜ ମୋବାଇଲ୍ ନମ୍ବର ଦେଇ ଓଟିପି ହାତେଇ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି କୃଷି ବିଭାଗର ଆସିଷ୍ଟାଣ୍ଟ୍ ଟେକ୍ନୋଲୋଜି ମ୍ୟାନେଜର୍। ବର୍ଷ ବର୍ଷ ଧରି ଚାଷୀ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅନ୍ଧାରରେ ରଖି ଟେକ୍ନୋଲୋଜି ମ୍ୟାଜେନର୍ ଚଳାଇଥିବା କଳା କାରନାମା ଏବେ ପଦାକୁ ଆସିଛି। ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି  ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ତଦନ୍ତ ଆରମ୍ଭ କରିବା ପରେ ଛୁଟି ନେଇ ଘରକୁ ପଳାଇଛନ୍ତି ଚନ୍ଦ୍ରପୁର ବ୍ଲକ୍ ଆସିଷ୍ଟାଣ୍ଟ୍ ଟେକ୍ନୋଲୋଜି ମ୍ୟାନେଜର୍ ପ୍ରଭାତ କୁମାର ସାହୁ। ‘ଆତ୍ମା’ ଯୋଜନାରେ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ କୃଷି ଯନ୍ତ୍ରପାତି କିଣାରେ ୫୦ ପ୍ରତିଶତ ସବସିଡ୍ ଦେଉଛନ୍ତି। ପ୍ରଥମେ ଚାଷୀ ସଂପୂର୍ଣ୍ଣ ଅର୍ଥ ଡିପୋଜିଟ୍ କରି ଯନ୍ତ୍ରପାତି କିଣିବା ପରେ ପରବର୍ତ୍ତୀ ସମୟରେ ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍ ମାଧ୍ୟମରେ ସବସିଡ୍ ଅର୍ଥକୁ ଫେରାଇଥାନ୍ତି। ସବସିଡ୍ ଆଶାରେ ଚଳିତ ବର୍ଷ   ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସୋରଡ଼ା ପଞ୍ଚାୟତର ଶହ ଶହ ଚାଷୀ ପାଣି ପମ୍ପ ସେଟ୍ ଓ ମିନି ରାଇସ୍ ମିଲ୍ ଯନ୍ତ୍ରାଂଶ କିଣିଛନ୍ତି।  ଯନ୍ତ୍ରାଂଶ କିଣିବା ପରେ ସମସ୍ତ ଚାଷୀ ସବସିଡ୍ ଅର୍ଥ ପାଇବା ପାଇଁ କୃଷି ବିଭାଗର ଚନ୍ଦ୍ରପୁର ଟେକ୍ନୋଲୋଜି ମ୍ୟାନେଜର ପ୍ରଭାତ କୁମାର ସାହୁଙ୍କୁ ଆବଶ୍ୟକ ବ୍ୟାଙ୍କ କାଗଜପତ୍ର ଦେଇଥିଲେ। କିନ୍ତୁ ଚାଷୀଙ୍କ କାଗଜପତ୍ର ପାଇବା ପରେ ଟେକ୍ନୋଲୋଜି ମ୍ୟାନେଜର ଶ୍ରୀ ସାହୁ ସବସିଡ୍ ଆବେଦନ ଫର୍ମରେ ନିଜକୁ ଚାଷୀ ଦର୍ଶାଇ ଜାଲ୍ ଠିକଣା, ପରିଚୟ ପତ୍ର ଓ ନିଜର ମୋବାଇଲ୍ ନମ୍ବର ଦେଇ ହଡ଼ପ କରି ନେଇଛନ୍ତି। ଟଙ୍କା ଉଠାଣ ସମୟରେ ନିଜ ମୋବାଇଲକୁ ଆସୁଥିବା ଓଟିପିକୁ ବ୍ୟବହାର କରି ଡିବିଟି ମାଧ୍ୟମରେ ନିଜ ଆକାଉଣ୍ଟକୁ ଶ୍ରୀ ସାହୁ ସବସିଡ୍ ଟଙ୍କା ଟ୍ରାନସଫର କରିଥିବା କୃଷି ବିଭାଗର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ଏପରିକି କିଛି କିଛି ଚାଷୀଙ୍କଠାରୁ ପୂର୍ବରୁ ସ୍ବାକ୍ଷର ଥିବା ଚେକ୍ ମଧ୍ୟ ଆଣି ଶ୍ରୀ ସାହୁ ଟଙ୍କା ଉଠାଇ ନେଇଛନ୍ତି। କେବଳ ଏତିକି ନୁହେଁ, ଜାଲ୍ କାଗଜପତ୍ର ଓ ଚାଷୀଙ୍କ ନକଲି ଫଟୋ ଲଗାଇ ଶ୍ରୀ ସାହୁ ସରକାରୀ କାଗଜପତ୍ର ପ୍ରସ୍ତୁତ କରିଥିବା ତଦନ୍ତରୁ ଜଣା ପଡିଛି। ବିଦ୍ଧିବଦ୍ଧ ତଦନ୍ତ କରାଯାଇ ଶ୍ରୀ ସାହୁଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିଶ୍ କରିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ। ମିଳିଥିବା ସୂଚନାନୁଯାୟୀ, ଡାଙ୍ଗସୋରଡ଼ା ପଞ୍ଚାବୟତ କଲାଗୁଡ଼ି ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ମୁଦ୍ରିକା। ସବସିଡ୍ ଆଶାରେ ୧୪ ହଜାର ଟଙ୍କା ଦେଇ ପାଣି ପମ୍ପ ସେଟ୍ କିଣିଥିଲେ। ଦୀର୍ଘ ଦିନ ଧରି ବ୍ୟାଙ୍କ ଆକାଉଣ୍ଟକୁ ସବସିଡ୍ ଅର୍ଥ ନ ଆସିବା ପରେ କୃଷ୍ଣଚନ୍ଦ୍ର ଟେକ୍ନୋଲୋଜି ମ୍ୟାନେଜର୍ ଶ୍ରୀ ସାହୁଙ୍କୁ ସାକ୍ଷାତ କରିଥିଲେ। ଆଜି କାଲି କହି ଶ୍ରୀ ସାହୁ ଦିନ ଗଡ଼ାଇବା ପରେ ଚାଷୀ କୃଷ୍ଣଚନ୍ଦ୍ର ବ୍ୟାଙ୍କକୁ ଯାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସବସିଡ୍ ଟଙ୍କା ଉଠିଥିବା ଜାଣିବା ପରେ ବ୍ଲକ୍ କୃଷି ଅଧିକାରୀ ରାମଲାଲ୍ ସମଦଙ୍କୁ ଅଭିଯୋଗ କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ପରି ମାଦିଗୁଡ଼ା ଗ୍ରାମର ଶବରଧର ବ୍ରେଡେକା ଓ ଅନେକ ଚାଷୀ ସବସିଡ୍ ପାଇନଥିବା ଅଭିଯୋଗ କରିବା ପରେ ଘଟଣା ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ବ୍ଲକ୍ କୃଷି ଅଧିକାରୀ ଶ୍ରୀ ସମଦ। ଘଟଣାର ତଦନ୍ତ ପରେ ଜିଲ୍ଲାର ସବୁଠୁ ପଛୁଆ ବ୍ଲକ୍ ଚନ୍ଦ୍ରପୁରରେ କୃଷି ଯନ୍ତ୍ରପାତି କିଣା ନାଁରେ ଏପରି ବଡ଼ ଧରଣର ଦୁର୍ନୀତି ହୋଇଥିବା ଜଣା ପଡିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026

You Might Also Like