-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
ଭୁବନେଶ୍ୱର,(ଶୁଭାଶିଶଷ ନାୟକ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ଏକଥା ଅଭିଯୋଗ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ । ଏକ ଗଣମାଧ୍ୟମରେ ବିଧାୟକ ୫-ଟି ସଚିବଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କୁ ଗୃହ ବନ୍ଦୀ କରି ରଖାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଗୋଟିଏ ଘରେ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦୀ କରି ରଖିଯାଇଛି ତାଙ୍କୁ ଯଥାଶୀଘ୍ର ଛାଡ଼ି ଦିଆଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।
ସୁରରାଉତ୍ ରାୟ ପ୍ରଶ୍ନ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ପୁରୀ, ଲିଙ୍ଗରାଜ ମନ୍ଦିର ଯାଉଛନ୍ତି କିନ୍ତୁ କୌଣସି ସାମାଜିକ ଓ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି କାହିଁକି । ଏହା ସହ ରାଜ୍ୟରେ ଗତ ୯ ମାସ ମଧ୍ୟରେ କଣ ବିକାଶ କରିଛନ୍ତି ତାର ହିସାବ ମାଗିଛନ୍ତି ବିଧାୟକ । ରାଜ୍ୟର ବିକାଶକୁ ନେଇ ପ୍ରଶ୍ନ କରିବା ସହ ଭୁବନେଶ୍ୱର ଓ ଖୋର୍ଦ୍ଧାର ମୂଲ୍ୟବାନ ଜମିଗୁଡ଼ିକୁ କମ୍ ଦରରେ ବିକ୍ରି କରାଯାଉଛି ଏବଂ ଏହି ବିକ୍ରିରେ ପ୍ରାୟ ୧୦ ହଜାର କୋଟିର ହେରଫେର ହୋଇଛି ବୋଲି ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଏହି ଜମି ବିକ୍ରିକୁ ବିରୋଧ କରି ନବୀନ ନିବାସ ଘେରାଉ କରାଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।