-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
17-Dec-2020
ଭୁବନେଶ୍ୱର,(ପ୍ରେରଣା ଖବର)
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ଵର ରାଓ ଗିରଫ। ଠକେଇ ଅଭିଯୋଗରେ ସର୍ବେଶ୍ୱର ରାଓଙ୍କୁ ଜେରା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ SIT । ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଛନ୍ଦି ହୋଇ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ଥିଲେ ସର୍ବେଶ୍ୱର ରାଓ। ତେବେ ଚାକିରି କରାଇଦେବା ପାଇଁ ଟଙ୍କା ଆଦାୟ ଅଭିଯୋଗରେ ସର୍ବେଶ୍ୱର ଗିରଫ ହୋଇଛନ୍ତି ।
ଟାଟା ମୋଟର୍ସ ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ଏଥିସହିତ ଏହି ଠକେଇ ମାମଲାରେ ଆଉ କିଏ ପ୍ରଦୀପଙ୍କ ସହ ସମ୍ପୃକ୍ତ ଅଛନ୍ତି ତାର ଖୋଳତାଡ଼ ଭିତରେ ସର୍ବେଶ୍ଵର ନାଁ ପଦାକୁ ଆସିଥିଲା। ଏହାପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଜେରା ପାଇଁ ନେଇଥିଲେ ଆଉ ଆଜି ସେ ଗିରଫ ହୋଇଛନ୍ତି। ଏହାରି ଭିତରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ରିମାଣ୍ଡ ଅବଧି ସରି ଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ପୁଣି ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି ।