-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||     

HOME   ଜିଲ୍ଲା

ନରସିଂହଙ୍କ ଅଚାନକ ମଣ୍ଡି ପରିଦର୍ଶନ ତୃତୀୟ ମହଲାରୁ ତଳ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଚାଷୀଙ୍କୁ ଶୋଷଣ କରୁଛନ୍ତି- ନରସିଂହ

17-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ସ୍ଥାନୀୟ ଚୁଡାପାଲି ସ୍ଥିତ ଧାନ ମଣ୍ଡି ପରିଦର୍ଶନରେ ଯାଇଥିଲେ । ଦିନ ୧୧ଟାରେ ହୋଇ ସାରିଥିଲେ ସୁଦ୍ଧା ଧାନ ମଣ୍ଡିରେ ମଣ୍ଡି ସଂପାଦକ କିମ୍ବା ସଭାପତି ଅନୁପସ୍ଥିତ ଥିବାରୁ ଧାନ କିଣା କାମ ଆରମ୍ଭ ହୋଇ ନଥିଲା । ମଣ୍ଡିରେ ଉପସ୍ଥିତ ଥିବା ଡାଟା ଅପରେଟର ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର  ଗୋଟିଏ ମଧ୍ୟ ଉତ୍ତର ଦେଇପାରି ନଥିିଲେ । ସେଠାରେ ଦେଖା ଯାଇଥିଲା ଡିସେମ୍ବର ୪ ରୁ ଆରମ୍ଭ ହୋଇଥିବା ଏହି ମଣ୍ଡିରେ  ଧାନ କିଣା ରେଜିଷ୍ଟରରେ  କୌଣସି ତଥ୍ୟ ଲେଖାଯାଇ ନଥିଲା । ଆହୁରି ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ୧୫ ତାରିଖ ପର୍ଯ୍ୟନ୍ତ ଧାନ କିଣା ତାଲିକାରେ ଯେତେ ଚାଷୀ ଧାନ ବିକିଛନ୍ତି ସେ ସବୁ ଏଫଏକ୍ୟୁ ମାନର ଧାନ ବୋଲି ଲିପିବଦ୍ଧ କରାଯାଇଛି ।  କିନ୍ତୁ ଅନୁଧ୍ୟାନ ତଥା ଉପସ୍ଥିତ ଚାଷୀଙ୍କୁ ଶ୍ରୀ ମିଶ୍ର ପଚାରିବା ବେଳେ କ୍ୱିଣ୍ଟାଲ ପିଛା ୪ କେଜି କଟନି ହେଉଥିବା ସ୍ପଷ୍ଟ ଅଭିଯୋଗ କରିଥିଲେ । ଧାନର ମାନ ତର୍ଜମା କରୁଥିବା ଅଧିକାରୀ ଜଣକ ମାନ ନିର୍ଧାରଣ ଯନ୍ତ୍ର ବିଷୟରେ ଯଦିଓ କିଛି ତଥ୍ୟ ଦେଇଥିଲେ କିନ୍ତୁ ତାହା ସନ୍ତୋଷ ଜନକ ନଥିଲା । ଏପରିକି ସେଠାରେ ଥିବା ବିଭିନ୍ନ ଯନ୍ତ୍ର ପରୀକ୍ଷା ସମୟରେ ସେସବୁ ଥରେ ମଧ୍ୟ ବ୍ୟବହାର ହୋଇ ନଥିବା ଦେଖିବାକୁ ମିଳି ଥିଲା । ଏମାସ ୪ ତାରିଖରୁ ଆରମ୍ଭ ହୋଇଥିବା ମଣ୍ଡିକୁ କେବଳ ଥରେ ଲେଖାଏଁ ଡିଆରସିଏସ୍ ଓ ଏଆରସିଏସ ଆସିଥିବା ବେଳେ ରେଜିଷ୍ଟର ରେ ତାଙ୍କର ସ୍ୱାକ୍ଷର ମଧ୍ୟ ଦେଖିବାକୁ ମିଳି ନଥିଲା । ଯଦିଓ ଧାନକିଣା ନୟମାବଳୀ ହିସାବରେ ଯଦି ଧାନ ଏଫଏକ୍ୟୁ ମାନର ନଥିବେ ତେବେ ତାକୁ ମଣ୍ଡି ଅଧିକାରୀ ଏଫଏକ୍ୟୁ ରେ ପରିବର୍ତ୍ତନ କରି କିଣିବା କଥା କିନ୍ତୁ ମଣ୍ଡିରେ ଏପରି କୌଣସି ମେସିନ ନଥିବା ଖୋଦ ମଣ୍ଡି କର୍ମଚାରୀ ସ୍ୱୀକାର କରିଥିଲେ । ମଣ୍ଡି କର୍ମଚାରୀଙ୍କ କହିବା ଅନୁସାରେ ଧାନ ବସ୍ତା ପଇସା ଓଜନ ହିସାବରେ ଦିଆଯାଉଛି କିନ୍ତୁ ସେ ସମ୍ବନ୍ଧୀୟ କୌଣସି ଲିଖିତ ବୀବରଣୀ ନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ନିୟମାନୁସାରେ ନାମ ମାତ୍ର ଚାଷୀ ବା କ୍ଷୁଦ୍ର ଚାଷୀଙ୍କ ଧାନ ପ୍ରଥମେ କିଣା ଯିବା କଥା କିନ୍ତୁ ଏହି ମଣ୍ଡିରେ ପ୍ରଥମେ କେବଳ ବୃହତ ଚାଷୀଙ୍କ ଧାନ କିଣା ଯାଉଥୀବା ବେଳେ କାଁ ଭାଁ କ୍ଷୁଦ୍ର ଚାଷୀଙ୍କ ଠାରୁ ଧାନ କିଣା ଯାଉଥିବା ଜଣା ପଡିଥିଲା । ଯାହାକି ଧାନ କିଣା ରେ ଦୁର୍ନୀତି ସ୍ପଷ୍ଟ ବାରି ହେଉଥିବା ବିଧାୟକ ଶ୍ରୀ ମିଶ୍ର କହିଥିଲେ । ସୂଚନାଯୋଗ୍ୟ ଯେ ଚାଷୀ ଅଭିଯୋଗ କରୁଥିବା ୪ କେଜି କଟନି ଧାନ ମଣ୍ଡି ର ଗୋଦାମ ଘରେ ଗଚ୍ଛିତ ଥିବା ଦେଖା ଯାଇଥିଲା । ଏପରିକି କୌଣସି ଚାଷୀ ମଧ୍ୟ ସେ ସବୁ ଧାନ ତାଙ୍କର ବୋଲି ଦାବୀ କରିନ ଥିଲେ । ଅଚାନକ ପରିଦର୍ଶନ ସରିବାର କିଛି ସମୟ ପୂର୍ବରୁ  ଗୋପବନ୍ଧୁ ସହୁ ଉପସ୍ଥିତ ହୋଇ ଧାନ କିଣା ରେଜିଷ୍ଟରରେ ଏଆରସିଏସ ଓ ଡିଆରସିଏସ ତଥା   ପର୍ଚେଜ ସ୍ଲିପରେ ଚାଷୀଙ୍କ ଦସ୍ତଖତ ଅଛି ବୋଲି କରିଥିବା ଦାବୀ ରେଜିଷ୍ଟର ଦେଖିଲା ବେଳେ ମିଛ ବୋଲି ପ୍ରମାଣିତ ହୋଇଥିଲା । ଧାନ କିଣା ନୀତି ଅନୁସାରେ ମଣ୍ଡିରେ ଚାଷୀ ଏବଂ ମଣ୍ଡି କର୍ମଚାରୀ ବ୍ୟତିତ କୌଣସି ତୃତୀୟ ପକ୍ଷ ରହିବେ ନାହିଁ, ଏବଂ ଜିଲ୍ଲାସ୍ତରୀୟ ଧାନ କିଣା ବୈଠକରେ ମଣ୍ଡିରେ ସିସି କ୍ୟାମେରା ଲଗାଯାଇଥିବା ନିଷ୍ପତ୍ତି ହୋଇଥିଲା । କିନ୍ତୁ ମଣ୍ଡିରେ ସିସି ଟିଭି ର ଦେଖା ନଥିଲା ତା ବ୍ୟତିତ ବେଆଇନ ଭାବେ ମଣ୍ଡିରେ ମିଲ ମାଲିକମାନେ ଧାନ କିଣା ସମୟରେ ଉପସ୍ଥିତ ରହିଥିବା ପ୍ରମାଣ ମିଲିଥିଲା । ସମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଶ୍ରୀ ମିଶ୍ର କହିଥିଲେ ରାଜ୍ୟରେ ଧାନକିଣା ଏକ ମହା ଦୁର୍ନୀତିରେ ପରିଣତ ହୋଇଛି । ଏଥିରେ ତୃତୀୟ ମହଲାରୁ ତଳ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଏ ଦର୍ନୀତି ଓ ଶୋଷଣ ବିରୁଦ୍ଧରେ ସରକାର ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଚାଷୀ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026

You Might Also Like