-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||      ଭାଲୁପାଲି ଛକରେ ସଡ଼କ ଦୁର୍ଘଟଣା: ସାମ୍ବାଦିକା ଜସ୍ମିନ ମିଶ୍ରଙ୍କ ମୃତ୍ୟୁ   (05-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗୀର ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବଲାଙ୍ଗୀର ବ୍ଲକ ଶାଖା    (05-Aug-2026)       ||      ଖବର ଆଜିର♦️ ତାରିଖ:୦୫/୦୮/୨୬, ବୁଧବାର    (05-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ  ଓଡ଼ିଆ ବକ୍ତୃତା ପ୍ରତିଯୋଗିତା, ଆସନ୍ତାକାଲି ହେବ ଇଂରାଜୀ ବକ୍ତୃତା ପ୍ରତିଯୋଗିତା    (05-Aug-2026)       ||      ସମ୍ବଲପୁରରେ ଆଗାମୀ ଅଗଷ୍ଟ ୯ ରୁ ୧୭ ଯାଏଁ ବ୍ୟାପକ ଭାବେ ପାଳିତ ହେବ "ଘରେ ଘରେ ତିରଙ୍ଗା-୨୦୨୬" ଅଭିଯାନ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି    (05-Aug-2026)       ||     

HOME   ଜିଲ୍ଲା

କେତେ ପରୀ କେତେ ଲୁହ, ଶିଶୁ ନିଖୋଜ- ପୋଲିସ ନୀରବ

17-Dec-2020



କଣ୍ଟାବାଞ୍ଜି/ବଲାଙ୍ଗିର, (ପ୍ରେରଣା ଖବର ବ୍ୟୁରୋ) : ମା’ ଆଖିରୁ ଲୁହ ଶୁଖୁନି। ଝିଅର କଥା ମନେ ପଡ଼ିଲେ ବନ୍ଧବାଡ଼ ମାନୁନି ଅମାନିଆ ଲୁହ।  କେତେ ଆଦର, ସ୍ନେହରେ ବଢ଼ାଇଥିଲା । ୬ ବର୍ଷ ଯାହାକୁ କାନିରେ ଜାବୁଡ଼ି ରଖିଥିଲା ସେ ଏବେ କେଉଁଠି ତା ପତ୍ତା ବି ମା’କୁ ଜଣାନାହିଁ। ୟା ଭିତରେ ୬ ବର୍ଷ ବିତି ଗଲାଣି। ଖାଲି ଯାହା ଝିଅର ଫଟୋ ହିଁ ମା’ର ଶେଷ ସନ୍ତକ। ଝିଅ କଥା ମନେ ପଡ଼ିଗଲେ ଫଟୋଟିକୁ ଆଉଁସି ଦେଉଛି। ଏପରି ଛାତି ଥରା ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ଲକରେ।କଣ୍ଟାବାଞ୍ଜି ବ୍ଲକ କୁକୁଡ଼ାହାଡ଼ ଗାଁର ବିନୋଦ ସରାଫ ଓ ତାଙ୍କ ସ୍ତ୍ରୀ ୬ ବର୍ଷ ତଳେ ଦୁଇ ଝିଅ ଓ ପୁଅକୁ ଧରି କଣ୍ଟାବାଞ୍ଜି ରାବଣପୋଡ଼ି ଯାତ୍ରା ଦେଖିବାକୁ ଯାଇଥିଲେ । ହେଲେ ସେଠି ୬ ବର୍ଷର ବଡ଼ ଝିଅ ସ୍ୱପ୍ନା ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲା । ନିଖୋଜ ଝିଅକୁ ଖୋଜି ଦେବା ପାଇଁ ତିନି ମାସ ଯାଏ ଥାନାକୁ ଦୌଡ଼ିଥିଲେ ବାପାମା’ । ହେଲେ ଫଳ କିଛି ମିଳିନଥିଲା । ନା’ ଝିଅକୁ ପାଇଥିଲେ ନା ତା ସମ୍ପର୍କରେ କୌଣସି ଖୋଜଖବର ମିଳିଥିଲା । ୟା ଭିତରେ ୬ ବର୍ଷ ବିତିଯାଇଥିଲେ ବି ନିଖୋଜ ସ୍ୱପ୍ନା ସମ୍ପର୍କରେ ଜାଣିପାରିନି ପୁଲିସ୍‌। ଝିଅ ଫେରିବା ବାଟକୁ କିନ୍ତୁ ଚାହିଁ ରହିଛନ୍ତି ବାପାମା’। ଥାନାକୁ ଦୌଡ଼ି ଦୌଡ଼ି ଆମକୁ ନ୍ୟାୟ ମିଳୁନି। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଛୁ ହେଲେ କେହି ଶୁଣୁ ନାହାନ୍ତି ବୋଲି କହିଛନ୍ତି ସ୍ୱପ୍ନାଙ୍କ ବାପା। ସେହିପରି ନିଜ ପିଲା ଖୋଜଖବର ପାଇ ନ ପାରି ଛଟପଟ ହେଉଛନ୍ତି କଣ୍ଟାବାଞ୍ଜିର ଚାଉଳସୁଖା ଗାଁର ଶ୍ରୀଜିତ ଭୋଇ । ୧୨ ବର୍ଷର ପୁଅ ଦେବରାଜ ଗତ ଜାନୁଆରୀରେ ଗାଁ ନିକଟରେ ଫୁଟବଲ୍ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ନିରାଶ ହୋଇ ଥାନାରେ ଏତଲା ବି ଦିଆଯାଇଥିଲା । ହେଲେ ୧୧ ମାସ ପରେ ବି ଦେବରାଜଙ୍କ ପତ୍ତା ମିଳିନି । ଥାନାରେ ବାରମ୍ବାର ଅଭିଯୋଗ ପରେ ବି କୌଣସି ଫାଇଦା ହୋଇନି ବୋଲି କହିଛନ୍ତି ଶ୍ରୀଜିତ  l ଏପରି ଅନେକ ଘଟଣା ଘଟୁଛି, ଥାନାରେ ଅଭିଯୋଗ ବି ହେଉଛି। ହେଲେ ଏସବୁ ଅଭିଯୋଗ କେବଳ ଫାଇଲ୍ ତଳେ ଚାପି ହେଇ ରହି ଯାଉଥିବା କହିଛନ୍ତି ଖୋଦ୍ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି । ଅପରପକ୍ଷେ ଘଟଣାକୁ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ବଲାଙ୍ଗିର ଏସ୍‌ପି lପରୀ, ପିହୁ, ସ୍ୱାତୀ ଭଳି ରାଜ୍ୟରେ ଏମିତି ଅନେକ ଶିଶୁ ପ୍ରତିମାସ ନିଖୋଜ ହେଉଛନ୍ତି । କାହାର ପତ୍ତା ମିଳୁଛି ତ ଅନେକ ନିଖୋଜ ତାଲିକାରେ ହିଁ ରହିଯାଉଛନ୍ତି । ପୁଲିସ୍‌ରେ ଏତଲା ଦିଆଯାଏ, କିଛି ଦିନ ଖୋଜାଖୋଜି ବି ଚାଲେ। ହେଲେ ଦିନ ଗଡ଼ିବା ସହ ମାମଲା ସବୁ ପୁଲିସ୍‌ ଫାଇଲ୍ ତଳେ ସବୁ ଦିନ ପାଇଁ ଚାପି ହୋଇ ରହିଯାଏ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026
  ଜିଲ୍ଲା  
ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   06-Aug-2026
ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   06-Aug-2026
  ଜିଲ୍ଲା  
ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   06-Aug-2026
  ଜିଲ୍ଲା  
କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   06-Aug-2026
  ଜିଲ୍ଲା  
ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା   06-Aug-2026

You Might Also Like