-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
24-Nov-2023
ବଲାଙ୍ଗିର (ଚିତ୍ରସେନ ବେହେରା ): ରାସ୍ତାର ବୁଲା କୁକୁର କାମୁଡ଼ାରେ ୭ବର୍ଷ ର ବାଳକ ଲହୁଲୁହାଣ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଆଜି ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ବୁଢୀ ସିଣ୍ଢୋଲ ଗାଁ ରେ l ଆହାତ ବାଳକ ର ନାଁ ରିତେଶ ମହାକୁଡ ବୋଲି ଜଣାପଡିଛି l ଆଜି ସକଲେ ରିତେଶ ନିଜ ଘର ଆଗେ ଖେଳୁ ଥିବା ବେଳେ ଏକ ବୁଲା କୁକୁର ଆସି ରିତେଶ ଙ୍କ ମୁହଁ ଓ ଦେହର ବିଭିନ୍ନ ସ୍ଥାନକୁ କାମୁଡି ରକ୍ତାକ୍ତ କରି ଦେଇଥିଲା l ଗୁରୁତର ଅବସ୍ଥାରେ ରିତେଶଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ସର୍ଜରୀ ୱାର୍ଡ଼ ରେ ଭର୍ତ୍ତି କରାଯାଇଛି l