-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
23-Nov-2023
ନାକଟିଦେଉଳ(କନ୍ଦର୍ପ ବେହେରା ): ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଳକ ଘୋଷରାମାଳ ପଞ୍ଚାୟତ ଅନ୍ତର୍ଗତ ଧାତୁକିମାଲ ଗ୍ରାମ ନିକଟ ରାସ୍ତା କଡ଼ରୁ ଘୋଷରାମାଲ ପଞ୍ଚାୟତର ଜିଆରଏସଙ୍କ ମୃତ ଦେହ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି । ମୃତ ଜିଆରଏସ ଜଣଙ୍କ ହେଲେ ନାକଟିଦେଉଳ ଗ୍ରାମର ପ୍ରଦ୍ୟୁମ୍ନ ଦାଶ ।
ପ୍ରକାଶ ଯେ , ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ର ଜିଆର୍ ଏସ୍ ପ୍ରଦ୍ୟୁମ୍ନ ଦାସ ସବୁଦିନ ପରି ଗତ କାଲି ମଧ୍ୟ ଘୋଷରାମାଳ ଗ୍ରାମକୁ ଯାଇ ନିଜର ଫିଲଡ୍ କାମ କରିଥିଲେ ା ନିର୍ମାଣଧିନ ପ୍ରଧାନମନ୍ତ୍ରୀ ଆବାସ ଘର ବୁଲିଦେଖିଥିଲେ ା ଫଟୋ ମଧ୍ୟ ଉଠାଇଥିଲେ ା ସଂଧ୍ୟାରେ ପ୍ରଦ୍ୟୁମ୍ନ ଘରକୁ ନ ଫେରିବାରୁ ପରିବାର ତାଙ୍କ ମୋବାଇଲକୁ କଲ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ଲାଗି ନ ଥିଲା ା ପରିବାର ଲୋକେ ଘୋଷରାମାଳ ଆସି ବହୁ ସମୟ ଖୋଜା ଖୋଜି କରିବା ପରେ ଝାଟୁକିମାଳ ନିକଟସ୍ଥ ରାସ୍ତା କଡରୁ ମ୍ରୁତ ଶବ ପାଇଥିଲେ ା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲା ା ମ୍ରୁତକ ର ମୁଣ୍ଡରେ ଏବଂ ଛାତିରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି ା ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ା ପ୍ରଦ୍ୟୁମ୍ନ ବାଇକ୍ ରୁ ପଡି ଛାତିରେ ବାଜିଥିବାରୁ ମ୍ରୁତ୍ୟୁ ହୋଇଥିବା ପୋଲିସ୍ କହିଛି ା
ଆଜି ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅନୁସନ୍ଧାନ କରିଫେରି ଯାଇଛି ା ଘଟଣା ସ୍ଥଳରେ ରେଢାଖୋଲ ଏସ୍ ଡି ପି ଓ ପ୍ରଶାନ୍ତ ମେହେର, ରେଢାଖୋଲ ଥାନାଅଧିକାରୀ ସମେତ ପୋଲିସ୍ ର ଅଧିକାରୀମାନେ ଉପସ୍ଥିତ ଥିଲେ ା ପୋଲିସ୍ ଏହାର ତଦନ୍ତ କରୁଥିବା ବେଳେ କିଛି ବ୍ୟକ୍ତିଙ୍କୁ ପଚରା ଉଚୁରା କରିଛି ା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମ୍ରୁତ୍ୟୁର କାରଣ ଜଣା ପଡିବ ବୋଲି ପୋଲିସ୍ କହିଛି ା